ପ୍ରବାସୀ ଶ୍ରମିକଙ୍କ ପାଇଁ ୬୮ ହଜାର ଟଙ୍କାର ବିମାନ ଟିକେଟ କଲେ କୃଷକ

ଅନେକ ବ୍ୟକ୍ତି ଅଛନ୍ତି ସେମାନେ ଅନ୍ୟର ସୁଖ ଦୁଃଖରେ ଭାଗୀଦାର ହୋଇଥାନ୍ତି। କୌଣସି ମଣିଷର ଅସୁବିଧା ଦେଖିଲେ ଏହି ବ୍ୟକ୍ତିମାନେ ଆଦୌ ରହିପାରନ୍ତି ନାହିଁ । ମାନବିକତା ପଦର୍ଶନ କରି ସେମାନଙ୍କୁ ସାହାର୍ଯ୍ୟ କରିବାକୁ ହାତ ବଢ଼ାଇଥାନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ପପ୍ପନ ଗେହଲୋତ। ସେ ପେସାରେ ଜଣେ କୃଷକ। ସାରା ଦେଶରେ ଏବେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବଢି ଚାଲିଥିବାବେଳେ ସେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି। ନିଜ ଖର୍ଚ୍ଚରେ ସେ ଶ୍ରମିକଙ୍କୁ ଘରକୁ ପଠାଇଛନ୍ତି। ପପ୍ପନ ଦିଲ୍ଲୀରେ ଛତୁ ଚାଷ କରନ୍ତି। ତାଙ୍କ ପାଖରେ ବିହାରରୁ ଆସିଥିବା ୧୦ ଶ୍ରମିକ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ହେବାରୁ ପପ୍ପନ ୬୮ ହଜାର ଟଙ୍କା ଖର୍ଚ୍ଚରେ ବିମାନ ଟିକେଟ କରି ସେମାନଙ୍କୁ ବିହାର ପଠାଇଥିଲେ। ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଆମେ ବିମାନରେ ବସିବୁ, କେବେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲୁ। କିନ୍ତୁ ପପ୍ପୁନ ବାବାଙ୍କୁ ଯୋଗୁ ଏହା ସମ୍ଭବ ହୋଇପାରିଛି।

Share