ପ୍ରବାସୀ ଶ୍ରମିକଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ବସ୍‌

ସଇଁତଲା, ୧୫ା୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ୍‌ କୁମ୍ଭାରୀ, ଡ଼େଙ୍ଗ ଓ ବୁଢ଼ାବାହାଲ ପଞ୍ଚାୟତରର ୧୭ ଜଣ ଶ୍ରମିକ ଗୁଜୁରାଟରୁ ବସ୍‌ରେ ଫେରଛନ୍ତି। ଏମାନେ ପ୍ରଥମେ ବଲାଙ୍ଗୀର ଆଟଇଟିଆଇ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ପହଞ୍ଚତ୍ ଥିଲେ। ସେଠାରେ ନାମ ପଞ୍ଜୀକରଣ ପରେ ଅନ୍ୟ ଏକ ବସ୍‌ରେ ସଇଁତଲାର ବିଭିନ୍ନ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲା । ହେଲେ ବସ୍‌ଟି ଏମାମାନଙ୍କୁ ଗନ୍ତବ୍ୟ ସ୍ଥଳରେ ନ ଛାଡି ନବୀନ ଛକ ଠାରେ ଛାଡ଼ି ଦେଇ ପଳାଇ ଯାଇଛି। ଫଳରେ ଏମାନେ ଚାଲି ଚାଲି ନିଜ ପଞ୍ଚାୟତକୁ ବାହାରିଥିଲେ। ସ୍ଥାନୀୟ ଲୋକେ ଏ ନେଇ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ ଖବର ଦେବାରୁ ସେ ନବୀନ ଛକରେ ପହଞ୍ଚତ୍ ଶ୍ରମିକମାନଙ୍କୁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଥିଲେ।