ପ୍ରବାସୀଙ୍କୁ ସହଯୋଗ ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କଲେ ଶକ୍ତି କପୁର

କରୋନା ଭାଇରସ(କୋଭିଡ-୧୯)ର ଭୟାବହତା ସମଗ୍ର ବିଶ୍ୱରେ ଦେଖିବାକୁ ମିଳୁଛି। କରୋନା ଯୋଗୁ ରାଜ୍ୟ ତଥା ଦେଶ ବାହାରେ ଥିବା ଗରିବ ପ୍ରବାସୀମାନେ ଖାଇବାକୁ ନ ପାଇ ଚାଲି ଚାଲି ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥଳରେ ରାଜ୍ୟ ତଥା କେନ୍ଦ୍ର ସରକାର ସେମାନଙ୍କ ପାଇଁ ସବୁ ପ୍ରକାର ସହଯୋଗ କରୁଥିବା ବେଳେ ସେମାନେ ଲୁଚି ପଳାଉଥିବା ଦେଖିବାକୁ ମିଳୁଛି। ତେବେ ଅନେକ ବଲିଉଡ୍‌ କଳାକାରମାନେ ସେମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ସେମାନେ ସହଯୋଗ କରିବା ସହ ସୋସିଆଲ ମିଡିଆରେ ସହାନୁଭୂତି ପ୍ରକାଶ କରୁଛନ୍ତି। ତେବେ ଗରିବ ପ୍ରବାସୀଙ୍କ ପାଇଁ ବଲିଉଡ୍‌ କମେଡି କଳାକାର ଶକ୍ତି କପୁର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟକରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଭିଡିଓ ମାଧ୍ୟମରେ ଶକ୍ତି କପୁର ଦିନମଜୁରିଆଙ୍କ ପାଇଁ ଏକ ଗୀତ ସମର୍ପଣ କରିଛନ୍ତି। ଏଥିସହ ସେମାନଙ୍କୁ ସହଯୋଗ ପାଇଁ ସେ ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

Share