Posted inରାଜ୍ୟ

ପ୍ରବାସୀଙ୍କୁ ଫେରିବାକୁ ଦିଅ: ନଚେତ୍‌ ସୃଷ୍ଟି ହୋଇପାରେ ମାନବୀୟ ସଙ୍କଟ

ଭୁବନେଶ୍ୱର,୧୦।୫(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୪ରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଶନିବାର ଏହି ଲକ୍‌ଡାଉନ୍‌କୁ ୪୬ ଦିନ ପୂରିଛି। ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଅସହାୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କର ଜୀବିକା ଉଦ୍ଦେଶ୍ୟରେ ଯାଇଛନ୍ତି। ସେହିପରି ଅନ୍ୟ କେତେଜଣ ଛାତ୍ରୀଛାତ୍ର, ରୋଗୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୫ରୁ ୩୦ ପ୍ରତିଶତ ଲୋକ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। ସେମାନଙ୍କୁ ଫେରିବାକୁ ଅନୁମତି ଦିଆ ନ ଗଲେ ଭୟଙ୍କର ମାନବୀୟ ସମସ୍ୟା ସୃଷ୍ଟି ହେବ। ଆବେଗିକ ଦୁର୍ବଳତା, କରୋନା ଭୟ ଏବଂ ଆତ୍ମୀୟସ୍ବଜନଙ୍କ ପାଖରେ ରହିବାର ଇଚ୍ଛା ନେଇ ସେମାନେ ଫେରିବାକୁ ଚାହୁଁଛନ୍ତି। ସେହି ଲୋକମାନେ ନିକଟ ଭବିଷ୍ୟତରେ ଆର୍ଥିକ ଅନିଶ୍ଚିତତା ଦେଇ ଗତି କରିବା ଆଶଙ୍କା ରହିଛି। ଯେଉଁମାନେ କିଛି ସମୟ ପାଇଁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆସିବାକୁ ଦିଆଯିବା ଉଚିତ। ସେମାନେ ହେଉଛନ୍ତି ଓଡ଼ିଆ ଲୋକ । ସରକାର ଏବଂ ସମାଜ ସେମାନଙ୍କୁ ଫେରିବାକୁ ଅନୁମତି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ କଳକାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅପେକ୍ଷା କରି ରହିଛନ୍ତି। ସେମାନେ ନିଜର ଜୀବିକାକୁ ବଞ୍ଚାଇ ପାରିବେ। ୨୦୨୦ ମେ ପହିଲାରୁ ଶ୍ରମିକ, ଛାତ୍ରୀଛାତ୍ରମାନଙ୍କୁ ଟ୍ରେନ୍‌ ଓ ବସ୍‌ରେ ଫେରିବାକୁ ଆଇନତଃ ଅନୁମତି ଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ନିଜ ରାଜ୍ୟକୁ ଯିବା ପାଇଁ ଅଟକାଯାଇ ପାରିବ ନାହିଁ ବୋଲି ମେ ୮ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କାରଣରୁ ଆଇନଗତ ଓ ମାନସିକ ସ୍ତରରେ ସରକାର ସେମାନଙ୍କୁ ଗ୍ରହଣ କରିବାକୁ ବାଧ୍ୟ। ଯଦି ଏବେ ସେମାନଙ୍କୁ ଆସିବାକୁ ଦିଆ ନ ଯିବ ତେବେ ଏହା ଏକ ମାନବୀୟ ସମସ୍ୟାର ରୂପନେବ। ଲୋକମାନେ ରେଳଧାରଣା, ରାସ୍ତାରେ ଚାଲିଚାଲି ଓ ସାଇକେଲ ଯୋଗେ ଆସିବାକୁ ବାଧ୍ୟ ହେବେ। ବାହାର ରାଜ୍ୟରୁ ଲୋକମାନେ ଆସିବା ଆଶଙ୍କା କରି ରାଜ୍ୟ ସରକାର ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରିଛନ୍ତି। ୬୭୦୦ ପଞ୍ଚାୟତ ଏବଂ ୧୧୪ ପୌରାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା କରିଛନ୍ତି। ଏହାସହ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ୨୮ ଦିନିଆ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ସରପଞ୍ଚମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ବାଧ୍ୟମୂଳକ ପଞ୍ଜୀକରଣ ବ୍ୟବସ୍ଥା ହୋଇଛି। ଅନ୍ୟ ରାଜ୍ୟରୁ ଆସୁଥିବା ବସ୍‌, ଟ୍ରେନ୍‌ଗୁଡିକ ଉପରେ ଲଗାତର ନଜର ରଖାଯାଇଛି। ପହଞ୍ଚିବା ମାତ୍ରେ ସେମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଉଛି। ଯେଉଁମାନେ ରାଜ୍ୟର ସୀମା ଦେଇ ବସ୍‌ ଯୋଗେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ନିଜ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଫଠାଯାଉଛି। କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ଖାଇବା ପିଇବା ସହିତ ଯେଉଁମାନେ ସଫଳତାର ସହ ଅବଧି ଶେଷ କରିବେ ସେମାନଙ୍କୁ ୨ ହଜର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ସରକାର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ଆଦି ରାଜ୍ୟରୁ ସେହି ଲୋକମାନେ ଆସୁଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେମାନଙ୍କ ମଧ୍ୟରୁ କେତେକ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ଯୋଗୁ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବାରୁ ଏହା କୌଣସି ଚିନ୍ତାର କାରଣ ନୁହେଁ। ଲୋକମାନଙ୍କ ସହଯୋଗରେ ସରକାର ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ସମସ୍ତ ବାହାର ରାଜ୍ୟ ଫେରନ୍ତାଙ୍କୁ କଡାକଡି ଭାବେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି । ରାଜ୍ୟ ସରକାର ପ୍ରଥମ ତିନୋଟି ପର୍ଯ୍ୟାୟକୁ ସଫଳତାର ମୁକାବିଲା କରିପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା ୭ ଜଣଙ୍କ ଠାରେ କରୋନା ପଜିଟିଭ ଠାବ କରାଯାଇଥିଲା। ସେହିପରି ଦିଲ୍ଲୀର ନିଜାମୁଦ୍ଦିନ ଫେରାନ୍ତଙ୍କ ମଧ୍ୟରୁ ୪୧ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ଫେରିଥିବା ଲୋକମାନଙ୍କ ମଧ୍ୟରୁ ୧୧୩ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ତେବେ ଏହି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରୁ ଓଡ଼ିଆମାନେ ଫେରୁଛନ୍ତି। ସରକାର ଏବଂ ସମାଜ ଦ୍ୱାରା ଏହାକୁ ମଧ୍ୟ ଖୁବ୍‌ ସଫଳତାର ସହ ପରିଚାଳନା କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri