Categories: ଫୁରସତ

ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା ମାଛ କରନ୍ତି ଲିଙ୍ଗ ପରିବର୍ତ୍ତନ

କାଲିଫର୍ନିଆ: ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା କେତେକ ମାଛ ପ୍ରଜାତି ନିଜ ଜୀବନକାଳ ମଧ୍ୟରେ ଲିଙ୍ଗ ପରିବର୍ତ୍ତନ କରିଥାନ୍ତି। ଏନେଇ ଆମେରିକା କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡେଭିସ୍‌ କଲେଜରେ ଗବେଷକମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଇଭୋଲ୍ୟୁଶନ ଏବଂ ଇକୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା ପ୍ରଫେସର ଜେନିଫର ହୋଜ୍‌ଙ୍କ ନେତୃତ୍ୱରେ ହୋଇଛି। ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା ଏଭଳି ମାଛ ଜୀବନର ପ୍ରଥମ ପ୍ରର୍ଯ୍ୟାୟରେ ମାଈ ଥିବାବେଳେ ପରେ ଅଣ୍ଡିରା ହୋଇଯାଇଥାନ୍ତି। ତେବେ ଏହା ମାଛ ଦଳ ଉପରେ ହିଁ ନିର୍ଭର କରିଥାଏ। ଯଦି ମାଛ ଦଳରେ ଅଧିକ ମାଈ ମାଛ ଥାନ୍ତି ତେବେ କିଛି ମାଛ ଲିଙ୍ଗ ପରିବର୍ତ୍ତନ କରି ଅଣ୍ଡିରା ହୋଇଯାଆନ୍ତି। ପ୍ରଜନନ ଋତୁରେ ସୁବିଧା ଲାଗି ମାଛମାନେ ଏଭଳି କରୁଥିବା ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

Share