ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ସଜନାଗଡ଼,୧୭ା୪(ଡି.ଏନ୍‌.ଏ.): ଆଜି ଅର୍ଥାତ୍‌ ଶୁକ୍ରବାର ପ୍ରବାଦ ପୁରୁଷ ତଥା ବରିଷ୍ଠ ଜନନାୟକ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ସାମାଜିକ ଦୂରତ୍ୱ ରକ୍ଷାକରି ନୀଳଗିରିର ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଓ ତାଙ୍କର ସହଯୋଗୀମାନେ ନୀଳଗିରି ବସଷ୍ଟାଣ୍ଡ ବାଇପାସ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ନୀଳଗିରି ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ରାଧାଗୋବିନ୍ଦ ଖଟୁଆ,ଗଙ୍ଗାଧର ମିଶ୍ର, ମାନିଆ ଦ୍ବିବେଦୀ, ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।