Categories: ଜାତୀୟ

ପ୍ରବଳ ବର୍ଷା: ରକ୍ଷା ପାଇବା ପାଇଁ ଲୋକେ ପାଳନ କଲେ ବେଙ୍ଗବେଙ୍ଗୁଲୀ ଛାଡ଼ପତ୍ର ପରମ୍ପରା

ଭୋପାଳ,୧୨।୯: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିରୁ ରକ୍ଷା ପାଇଁ ଲୋକେ ସ୍ଥାନୀୟ ଏକ ମନ୍ଦିରରେ ବେଙ୍ଗବେଙ୍ଗୁଲୀଙ୍କ ଛାଡ଼ପତ୍ର ପରମ୍ପରା ପାଳନ କରିଛନ୍ତି। ପୂର୍ବରୁ ଏଠାରେ ଜୁଲାଇ ୧୯ରେ ବର୍ଷା ଲାଗି ବେଙ୍ଗବେଙ୍ଗୁଲୀଙ୍କ ବାହାଘର ପରମ୍ପରା ପାଳନ କରାଯାଇଥିଲା। ବର୍ତ୍ତମାନସୁଦ୍ଧା ଭୋପାଳରେ ୪୫ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି। ଗତ ଏକ ସପ୍ତାହ ତଳେ ରାଜ୍ୟର କଳିୟାସୋତ୍‌ ଏବଂ ଭଦଭଦା ଡ୍ୟାମ୍‌ର ଗେଟ୍‌ ଖୋଲା ଯାଇଛି। ସେହିପରି ୩ ବର୍ଷ ପରେ କୋଲାର ଡ୍ୟାମ୍‌ର ସମସ୍ତ ଗେଟ୍‌ ମଧ୍ୟ ଖୋଲା ଯାଇଛି। ରାଜ୍ୟର ୫୨ଟି ଜିଲା ମଧ୍ୟରୁ ୩୨ରୁ ୩୮ ଜିଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିଲା।

Share