Categories: ବାଣିଜ୍ୟ

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏଏସ୍‌ବିଏମ୍‌ର କୁଳାଧ୍ୟକ୍ଷ

ଭୁବନେଶ୍ୱର,୫-୧୦: ଏସିଆନ୍‌ ସ୍କୁଲ ଅଫ ବିଜନେସ୍‌ ମ୍ୟାନେଜମେଣ୍ଟ (ଏଏସ୍‌ବିଏମ୍‌) ରାଜ୍ୟ ସରକାରଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରି ସେପ୍ଟେମ୍ବର ୨୬ରୁ କାର୍ଯ୍ୟକ୍ଷମ ହୋଇଛି। ଏହାର ପ୍ରତିଷ୍ଠାତା ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗତ ୧୪ ବର୍ଷ ମଧ୍ୟରେ ଏଏସ୍‌ବିଏମ୍‌ ସୁନାମ ଅର୍ଜନ କରିପାରିଛି। ପ୍ରଫେସର ପଟ୍ଟନାୟକ ଅଲ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରୁ ଫେଲୋ ଉପାଧି ଲାଭ କରିଛନ୍ତି। ଏହାବାଦ ଅନ୍ତର୍ଜାତୀୟ ଟିଚିଂ ଏକ୍ସପେରିଏକ୍ସ ପୁରସ୍କାର, ମହେଶ ଦେବତା ଶ୍ରେଷ୍ଠ ଏଚ୍‌ଆର୍‌ ପ୍ରଫେସର, ଡେକାନ ହେରାଲ୍ଡ ଶ୍ରେଷ୍ଠ ମ୍ୟାନେଜମେଣ୍ଟ ପ୍ରଫେସର ଭଳି ଅନେକ ପୁରସ୍କାର ଲାଭ କରିଛନ୍ତି। ସେ ଆଇଆଇଏମ୍‌ ଇନ୍ଦୋର ଏବଂ ଆଇଆଇଏମ୍‌ ଲକ୍ଷ୍ନୌରେ ମାନବ ସମ୍ବଳ ପରିଚାଳନା ବିଭାଗର ବରିଷ୍ଠ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।

Share