ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କ୍ୟାବିନେଟର ପ୍ରଥମ ହିନ୍ଦୁ ମନ୍ତ୍ରୀ ହେଲେ ଅନିତା ଆନନ୍ଦ

ଓଟାଓ୍ବା,୨୧।୧୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ତାଙ୍କ କ୍ୟାବିନେଟର ଘୋଷଣା କରିଛନ୍ତି। ଏଥିରେ ସାମିଲ ହୋଇଥିବା ୭ ନୂଆ ମୁହଁଙ୍କ ମଧ୍ୟରେ ଭାରତୀୟ ମୂଳ ବାସିନ୍ଦା ଅନିତା ଇନ୍ଦିରା ଆନନ୍ଦଙ୍କୁ ସ୍ଥାନ ଦିଆଯାଇଥିବା ଜଣାପଡିଛି। ଏହି କ୍ୟାବିନେଟରେ ସ୍ଥାନ ପାଇଥିବା ଅନିତା ହେଉଛନ୍ତି ପ୍ରଥମ ହିନ୍ଦୁ। ସେ ପ୍ରଥମେ କାନାଡା ମ୍ୟୁଜିୟମ ଅଫ୍‌ ହିନ୍ଦୁ ସିଭିଲାଇଜେଶନର ଅଧ୍ୟକ୍ଷ ଭାବେ କାମ କରିଛନ୍ତି। ଅନିତା ପ୍ରଥମ ହିନ୍ଦୁ ଯାହାଙ୍କୁ କାନାଡା ସରକାରଙ୍କ କ୍ୟାବିନେଟରେ ସାମିଲ କରାଯାଇଛି। ଅନିତାଙ୍କ ମାତା ପିତା ଉଭୟ ଡାକ୍ତର ହୋଇଥିବା ବେଳେ ମାଆ ପଞ୍ଜାବର ମୂଳ ବାସିନ୍ଦା ଓ ପିତା ତାମିଳନାଡୁର ମୂଳ ବାସିନ୍ଦା ବୋଲି ଜଣାପଡିଛି।

Share