Posted inରାଜ୍ୟ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ନିମ୍ନମାନର: ଚାରିଦିନ ନ ଯାଉଣୁ ରାସ୍ତାରୁ ଉଠିଲା ପିଚୁ

ନୂଆଗାଁ,୧୪ା୭ (ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନୂଆଗାଁ ବ୍ଲକରେ ହେଉଥିବା ରାସ୍ତାକାର୍ଯ୍ୟ ନିମ୍ନମାନର ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। କୋରଡା ପଞ୍ଚାୟତ ରକ୍ତପଟାଠାରୁ ମୀନାଗାଡିଆ ଓ କାପ୍ତାପଲ୍ଲୀ ପଞ୍ଚାୟତର କଣବାଙ୍କଠାରୁ କାପ୍ତାପଲ୍ଲୀ ପର୍ଯ୍ୟନ୍ତ ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏବେ ସଂପଡାଠାରେ ନିର୍ମାଣ ହେଉଥିବା ରାସ୍ତା କ୍ଷେତ୍ରରେ ମଧ୍ୟ ସମାନ ଅଭିଯୋଗ ହୋଇଛି। କାର୍ଯ୍ୟ ସରିବାର ଚାରିଦିନ ନ ଯାଉଣୁ ରାସ୍ତାରୁ ପିଚୁ ଉଠିଯାଇଥିବା ଦେଖାଯାଇଛି।
ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହୀପୁରଠାରୁ ପାରାଢିପି ପଞ୍ଚାୟତ ଦେଇ ସଂପଡା ଯାଏ ୯ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୩ କୋଟି ୯୧ ଲକ୍ଷ ୭୬ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି। କାର୍ଯ୍ୟ କରିବା ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦରଙ୍କୁ କାର୍ଯ୍ୟାଦେଶ ଦିଆଯିବା ସହ ଆର୍‌ଡି ବିଭାଗକୁ ତଦାରଖ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏପରି କି ଥୁଆବାରି ନିକଟରେ ଏକ ପୋଲ ନିର୍ମାଣ କରିବାର ୧୫ଦିନ ପରେ ପୋଲ ମଝିରୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଅଭିଯୋଗ ହେବାରୁ ଠିକାଦାର ସେଥିରେ ପ୍ୟାଚ ପକାଇ ମାଟି ଘୋଡାଇ ଦେଇଥିଲେ। ସେହିପରି ପାରାଢିପ ନିକଟରେ ପିଚୁ ପକାଯାଉଥିବା ସମୟରେ ନିମ୍ନମାନର କାମକୁ ଗ୍ରାମବାସୀ ବିରୋଧ କରୁଥିବା ବେଳେ ବିଭାଗୀୟ ଅଧିକାରୀ କାମ ଠିକ୍‌ ଅଛି ବୋଲି କହିଥିଲେ। ଫଳସ୍ବରୂପ ୯ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ରାସ୍ତାରେ ମେଟାଲ ଓ ଡଷ୍ଟ ମିଶାଇ ପକାଇବା ସହ କିଛିଦିନ ପରେ ଡଷ୍ଟ ସଫା କରି ସେଥିରେ ପ୍ରାଇମର ପକାଇବା ପରେ ପିଚୁ ମିଶ୍ରିତ ଚିପ୍‌ସ ଓ ପିଚୁ ମିଶ୍ରିତ ବଜୁରି ପକାଇବାର ନିୟମ ଥିବାବେଳେ ତାହା କରାଯାଇ ନାହିଁ । ଯାହା ଫଳରେ ପିଚୁ ଉଠିଯାଉଛି । ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ଠିକାଦାର ରାତିଅଧିଆ କାର୍ଯ୍ୟ କରୁଥିବା ସଂପଡା ଗ୍ରାମବାସୀ କହିଛନ୍ତି। ଏହାସହ ସେମାନେ ଏହି କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ଆର୍‌ଡି ଏସ୍‌ଡିଓ ନାରାୟଣ ମୁର୍ମୁଙ୍କୁ ପଚାରିବାରୁ ସେ କହିଥିଲେ, ନିମ୍ନମାନର ହୋଇଥିବା କାର୍ଯ୍ୟରେ ବିଲ୍‌ ଦିଆଯିବ ନାହିଁ ଏବଂ ପୁନର୍ବାର କାର୍ଯ୍ୟ କରିବା କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri