Categories: ଜାତୀୟ

ପ୍ରଦୂଷଣ ପାଇଁ ଚାଇନା-ପାକିସ୍ତାନ ଦାୟୀ: ଭାଜପା ନେତା

ଲକ୍ଷ୍ନୌ,୬।୧୧: ଦିଲ୍ଲୀ ପ୍ରଦୂଷଣ ଗମ୍ଭୀର ରୂପ ଧାରଣ କରିବାବେଳେ ଭାଜପା ଭିନିତ୍‌ ଅଗ୍ରଓ୍ବାଲ ଶାରଦା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ପ୍ରଦୂଷଣ ପାଇଁ ଚାଇନା-ପାକିସ୍ତାନ ଦାୟୀ। ଏହି ଦୁଇ ଦେଶ ଭାରତ ସହ ପ୍ରତ୍ୟକ୍ଷରେ ଲଢିପାରିବାର କ୍ଷମତା ନାହିଁ। ତେଣୁ ଦେଶର ପରିବେଶକୁ ଖରାପ କରିବା ପାଇଁ ବିଷାକ୍ତ ଗ୍ୟାସ୍‌ ଛାଡୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଦୂଷଣକୁ ନେଇ କୃଷକଙ୍କୁ ଦାୟୀ କରିବା ଉଚିତ୍‌ ନୁହେଁ। କାରଣ କାହିଁ କେଉଁ କାଳରୁ କ୍ଷେତରେ ଶସ୍ୟ ଅମଳ ପରେ ଥୁଣ୍ଟା ଗଛକୁ କୃଷକମାନେ ପୋଡିଥାନ୍ତି। ତେଣୁ ସେମାନଙ୍କୁ ଦାୟୀ କରାଯିବା ହାସ୍ୟାସ୍ପଦ। ପଡୋଶୀ ଦେଶ ଆମକୁ ଡରାଇବା ପାଇଁ ବିଷାକ୍ତ ଗ୍ୟାସ୍‌ ଛାଡୁଥିବା ସେ କହିଛନ୍ତି।

Share