Categories: ଜାତୀୟ

ପ୍ରଦୂଷଣର ସମାଧାନ ନୁହେଁ ଅଡ୍‌-ଇଭିନ ନମ୍ବର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୧୧: ଦିଲ୍ଲୀ-ଏନ୍‌ସିଆର୍‌ରେ ବଢି ଚାଲିଥିବା ବାୟୁ ପ୍ରଦୂଷଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ଏଥିରେ କୋର୍ଟ ଦିଲ୍ଲୀରେ ଶାସନ ଭାର ସମ୍ଭାଳିଥିବା ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କୁ କହିଛନ୍ତି ପ୍ରଦୂଷଣର ସମାଧାନ ନୁହେଁ ଅଡ୍‌-ଇଭିନ୍‌ ନମ୍ବର। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କୋର୍ଟ କହିଛନ୍ତି ଦିଲ୍ଲୀ ପ୍ରଦୂଷଣର ମାତ୍ରା ଏବେ ୬୦୦ ଛୁଇଁଥିବା ବେଳେ ଏହି ସମୟରେ ସରକାର ସ୍ଥାନେ ସ୍ଥାନେ ଏୟାର ପ୍ୟୁରିଫାଇଙ୍ଗ ଟାଓ୍ବାର୍ସ ଲାଗାଇବା ଜରୁରୀ ହୋଇପଡିଛି। ସୂଚନାଯୋଗ୍ୟ, ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦେଖି କେଜରିଓ୍ବାଲ ସରକାର ଅଡ୍‌-ଇଭିନ୍‌ ନମ୍ବର ଗାଡି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ଅବଧି ଶୁକ୍ରବାର ପୂରଣ ହୋଇଛି। ହେଲେ ପ୍ରଦୂଷଣର ମାତ୍ରା ଯେମିତି ଥିଲା ସେମିତି ରହିଛି। ଏବେ କୁହାଯାଉଛି କି କାର୍‌ ଚଳାଇଲେ ପ୍ରଦୂଷଣର ମାତ୍ରା ପାଖାପାଖି ୨ ପ୍ରତିଶତ ହୋଇଥାଏ। ହେଲେ ବାଇକ୍‌ ଚାଳାଇଲେ ଏହା ଅଧିକ ହୋଇଥାଏ। କିନ୍ତୁ ପ୍ରଦୂଷଣରେ ଯେ ଦିଲ୍ଲୀବାସୀ ଅତିଷ୍ଠ ହୋଇ ପଡିଲେଣି ଆଉ ଏପର୍ଯ୍ୟନ୍ତ ଏହାର ସଠିକ୍‌ ସମାଧାନ ବାହାରି ପାରୁ ନାହିଁ ଏଥିରେ ଦ୍ୱିମତ ହେବାର ନାହିଁ।

Share