Categories: ବାଣିଜ୍ୟ

ପ୍ରଦୀପ କୁମାର ତ୍ରିପାଠୀ ଇସ୍ପାତ ସଚିବ

ନୂଆଦିଲ୍ଲୀ,୨।୬: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ସୋମବାର କେନ୍ଦ୍ର ଇସ୍ପାତ ସଚିବ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ମେ ୩୧ରେ ଏହି ପଦବୀରେ ଅବସ୍ଥାପିତ ଥିବା ବିନୟ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତ୍ରିପାଠୀ ୧୯୮୭ ବ୍ୟାଚ୍‌ ଜମ୍ମୁ ଏବଂ କଶ୍ମୀର କ୍ୟାଡର ଆଇଏଏସ୍‌ ଅଧିକାରୀ। ଏହା ପୂର୍ବରୁ ସେ କାର୍ମିକ ଏବଂ ତାଲିମ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାମ କରୁଥିଲେ।

Share