Categories: ବାଣିଜ୍ୟ

‘ପ୍ରଦର୍ଶନ ହେବ ଉତ୍ପାଦନର ଜଟିଳ ପ୍ରକ୍ରିୟା’

ଭୁବନେଶ୍ୱର,୨୯।୧୧:ବେଦାନ୍ତ ଆଲୁମିନିୟମ ଚଳିତ ବର୍ଷ ମେକ ଇନ ଓଡିଶା କନକ୍ଲେଭରେ ସାମିଲ ହେଉଛି। ଏପରିକି ୩୦ ନଭେମ୍ବରରୁ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଥିବା ପୁଞ୍ଜି ସମାବେଶରେ ଓଡ଼ିଶାବାସୀଙ୍କୁ କମ୍ପାନୀ ତା’ର ମେକ ଇନ ଓଡ଼ିଶା ଷ୍ଟଲ ପରିଦର୍ଶନ କରିବାକୁ ସବୁ ବର୍ଗଙ୍କୁ ଆମନ୍ତ୍ରଣ କରୁଛି। ବିଶେଷ କରି ଉକ୍ତ ସମାବେଶରେ ବେଦାନ୍ତ ଷ୍ଟଲ ପରିଦର୍ଶକଙ୍କୁ ଏକ ରୋମାଞ୍ଚର ଅଭିଜ୍ଞତା ପ୍ରଦାନ କରିବ ବୋଲି ଜଣାପଡିଛି। ଅତୀତର କଳା ପ୍ରତିପୋଷଣଠାରୁ ଆରମ୍ଭ କରି ଭବିଷ୍ୟତର ଧାତୁରେ ବିନିଯୋଗ ପର୍ଯ୍ୟନ୍ତ ବିଷୟ ବସ୍ତୁ ସହ ଷ୍ଟଲ ହାଉସ ଭିଆର କେନ୍ଦ୍ରର କାରିଗରଙ୍କ ଫଟୋଗ୍ରାଫ ଓ ଅନ୍ୟାନ୍ୟ ବସ୍ତୁ ନିଶ୍ଚିତ ଭାବେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଆକର୍ଷିତ କରିବ। ସେହିଭଳି ସବୁବର୍ଗର ଲୋକଙ୍କ ପାଇଁ ଏକ ଆକର୍ଷଣୀୟ ମଣ୍ଡପ ସହ କମ୍ପାନୀର ସ୍ମରଣୀୟ ଅନୁଭୂତି ଦର୍ଶକଙ୍କୁ ମିଳିପାରିବ ା ଏପରିକି କମ୍ପାନି ମଧ୍ୟ ରାଜ୍ୟର ବହୁ ଅଗ୍ରଣୀ ବିଦ୍ୟାଳୟ ଓ କଲେଜର ଛାତ୍ରୀଛାତ୍ରଙ୍କୁ ନିମନ୍ତ୍ରଣ କରିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା କହିଛନ୍ତି, ବିଗତ ୨ ବର୍ଷ ପରେ ମେକ ଇନ ଓଡିଶା ଅନୁଷ୍ଠିତ ହେଉଥିବାରୁ ଆମେ ବେଶ ଆନନ୍ଦିତ। ଆମେ ଓଡ଼ିଶାର ଲୋକ, ଆମର ଗ୍ରାହକ, ଅଂଶୀଦାର ଓ ସମସ୍ତ ଶୁଭେଛୁମାନଙ୍କୁ କମ୍ପାନୀର ଷ୍ଟଲ ପରିଦର୍ଶନ କରିବାକୁ ସାଦର ଆମନ୍ତ୍ରଣ କରୁଛୁ। ବିଶେଷ କରି ଓଡିଶାର ଜୀବନ୍ତ ସଂସ୍କୃତି, ଆଲୁମିନିୟମ ଉପତ୍ାଦନର ଜଟିଳ ପ୍ରକ୍ରିୟା ଓ ମେକ ଇନ ଇଣ୍ଡିଆର ଲକ୍ଷ୍ୟ ପୂରଣ ଦିଗରେ ଆମେ ବିଶ୍ୱରେ କୀର୍ତ୍ତି ସ୍ଥାପନ କରିବାକୁ ଆଶାୟୀ ଅଛୁ। ଏପରିକି ଉକ୍ତ ସମାରୋହରେ କମ୍ପାନିର ଏକ ପ୍ରମୁଖ ଘୋଷଣା ରହିଛି, ଯାହା ଭାରତୀୟ ଆଲୁମିନିୟମ ଉଦ୍ୟୋଗ ପାଇଁ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି।

Share