Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ଭୋଗ ହୋଇଥିଲା: ଦଶପଲ୍ଲା କୃଷି ଜିଲା ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ

ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଶାସନରେ ମୋ ଜନ୍ମ। ରଘୁନାଥ ଉଚ୍ଚ ବିଦ୍ୟାପୀଠରୁ ୧୯୭୭ରେ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ ଆଇ.ଏସ୍‌ସି ଆଉ ତା’ପରେ ଓୟୁଏଟି, ଭୁବନେଶ୍ୱରରେ ବି.ଏସ୍‌ସି (ଏଜି) ପଢ଼ିଥିଲି। ଏହାପରେ ମୋର କୃଷି ବିଭାଗରେ ଚାକିରି ହୋଇଗଲା। କୋରାପୁଟ ଜିଲା ଜୟପୁର ସବ୍‌ଡିଭିଜନର ବୈପାରୀଗୁଡ଼ା ବ୍ଲକ୍‌ କୃଷି କାର୍ଯ୍ୟାଳୟରେ କନିଷ୍ଠ କୃଷି ଅଧିକାରୀ ଭାବେ ମୋର ପ୍ରଥମ ପୋଷ୍ଟିଂ ହୋଇଥିଲା। ସେତେବେଳେ ୧୦୭୮ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇଲା ପରେ ନିଜ ଖର୍ଚ୍ଚ ପାଇଁ କିଛି ରଖି ବାକି ଟଙ୍କା ଘରକୁ ପଠାଇ ଦେଇଥିଲି। ସେହି ଟଙ୍କାରେ ଘରଲୋକେ ଠାକୁରଙ୍କ ପାଖେ ଭୋଗ କରିଥିଲେ। ବୈପାରୀଗୁଡ଼ାରେ କିଛି ବର୍ଷ ଏବଂ ତା’ପରେ ଭଞ୍ଜନଗରର ବେଲଗୁଣ୍ଠା ଏବଂ ବୁଗୁଡ଼ାରେ ବି କିଛି ବର୍ଷ କାମ କରିବା ପରେ ୧୯୯୦ରେ ଚାକିରିରୁ ଷ୍ଟଡି ଲିଭ୍‌ ନେଇ ଓୟୁଏଟିରେ ସୂତ୍ରକୃମିରେ ଏମ୍‌.ଏସ୍‌ସି (ଏଜି) କୋର୍ସ କରିଥିଲି। ଏହି କୋର୍ସରେ ମୁଁ ୟୁନିର୍ଭସିଟି ଟପ୍ପର ହେବାରୁ ମୋତେ ସେତେବେଳେ ୟୁନିର୍ଭସିଟି ତରଫରୁ ଦୁଇଟି ଗୋଲ୍ଡ ମେଡାଲ୍‌ ପ୍ରଦାନ କରାଯାଇଥିଲା। ତେବେ ଏମ୍‌.ଏସ୍‌ସି (ଏଜି) ସାରିବା ପରେ ମୁଁ ପ୍ରାୟ ୪ ବର୍ଷ ପୁଣି ସେହି କନିଷ୍ଠ କୃଷି ଅଧିକାରୀ ଭାବେ ନୟାଗଡ଼ ଜିଲା ନୂଆଗଁା ବ୍ଲକ୍‌ରେ କାମ କରିଥିଲି। ଆଉ ତା’ପରେ ପଦୋନ୍ନତି ପାଇ ରୋଗପୋକ ବିଶେଷଜ୍ଞ ଭାବେ ବରଗଡ଼ ଜିଲାର ଜିଲା କୃଷି କାର୍ଯ୍ୟାଳୟ, ଭଟ୍‌ଲିକୁ ବଦଳି ହୋଇ ଯାଇଥିଲି। ଭଟ୍‌ଲି ପରେ ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ନୟାଗଡ଼ର ଦଶପଲ୍ଲା, କେନ୍ଦୁଝରର ଆନନ୍ଦପୁର, କଟକର ଉପ କୃଷି ନିର୍ଦ୍ଦେଶକ, ଝାରସୁଗୁଡ଼ା ତଥା ନୟାଗଡ଼ ଜିଲାର ଜିଲା କୃଷି କାର୍ଯ୍ୟାଳୟଗୁଡ଼ିକରେ ବି କିଛି କିଛି ବର୍ଷ ରୋଗପୋକ ବିଶେଷଜ୍ଞ ଭାବେ କାମ କରିବା ପରେ ପୁଣି ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇଥିଲି। ରୋଗପୋକ ବିଶେଷଜ୍ଞରୁ ଜିଲା କୃଷି ଅଧିକାରୀ ଭାବେ ପଦୋନ୍ନତି ପାଇ ନୟାଗଡ଼ର ଦଶପଲ୍ଲା ଜିଲା କୃଷି କାର୍ଯ୍ୟାଳୟରେ ଯୋଗ ଦେଇଥିଲି। ଏଠାରେ ଯୋଗ ଦେବାର କିଛିଦିନ ପରେ ସରକାରଙ୍କ ନିୟମାନୁଯାୟୀ, ଜିଲା କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସମସ୍ତ ଅଫିସରଙ୍କୁ ପଦୋନ୍ନତି ଦିଆଯିବା ସହିତ ସେମାନଙ୍କର ପଦବୀକୁ ପରିବର୍ତ୍ତନ କରି କୃଷି ଜିଲା ଅଧିକାରୀ କରିଦିଆଯାଇଥିଲା। ସେଥିପାଇଁ ବର୍ତ୍ତମାନ ମୁଁ ନୟାଗଡ଼ର ଦଶପଲ୍ଲା ଜିଲା କୃଷି କାର୍ଯ୍ୟାଳୟରେ କୃଷି ଜିଲା ଅଧିକାରୀ ଭାବେ କାର୍ଯ୍ୟ କରୁଅଛି। ତେବେ ଏହି ବ୍ୟସ୍ତମୟ ଚାକିରି ଜୀବନରୁ ସମୟ ବାହାର କରି ଅନେକ କୃଷି ଭିତ୍ତିକ ଲେଖା ବି ମୁଁ ଲେଖିଛି। ମୋ ଲେଖାଗୁଡ଼ିକ ମୁଖ୍ୟତଃ ବିଶ୍ୱ ଉତ୍ତପ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନ, ଜୈବିକ କୃଷି, ଚିରସ୍ଥାୟୀ କୃଷି, ସମନ୍ବିତ ରୋଗପୋକ ପରିଚାଳନା, ପାରମ୍ପରିକ ପଦ୍ଧତିରେ ରୋଗପୋକ ନିୟନ୍ତ୍ରଣ, ସାମାଜିକ ତଥା ଅର୍ଥନୈତିକ କୃଷି ସଂସ୍କାର ତଥା ରାସାୟନିକ କୀଟନାଶକ ଜନିତ ପରିବେଶ ପ୍ରଦୂଷଣ ଏବଂ ଏହାର ନିରାକରଣ ଉପରେ ପର୍ଯ୍ୟବସିତ ଥାଏ। ଆଉ ଏହି ସବୁ ବିଷୟକୁ ଆଧାର କରି ୟା’ ଭିତରେ ମୋର ପ୍ରାୟ ୩୧୪ଟି ଆର୍ଟିକିଲ୍‌ ରାଜ୍ୟ ତଥା ଜାତୀୟ ସ୍ତରର ବିଭିନ୍ନ ମାଗାଜିନ୍‌ ତଥା ଖବରକାଗଜରେ ପ୍ରକାଶିତ ହୋଇସାରିଲାଣି। ଏହି ଲେଖାଲେଖି ପାଇଁ ମୋତେ ଅନେକ ପୁରସ୍କାର ଓ ସମ୍ମାନ ବି ମିଳିଛି। ତନ୍ମଧ୍ୟରୁ ପ୍ରକୃତି ବନ୍ଧୁ ସମ୍ମାନ ହେଉଛି ଅନ୍ୟତମ। କାରଣ ମୋର ସମସ୍ତ ଲେଖାରେ ପରିବେଶ କିପରି ସୁସ୍ଥ ରହିବ, ଚାଷ କେମିତି ଭଲ ହେବ, କୃଷକ କିଭଳି ଲାଭବାନ ହେବେ ଇତ୍ୟାଦି ଉପାଦେୟ ତଥ୍ୟ ସବୁ ରହିଥାଏ। ସେଥିପାଇଁ ଏହି ସମ୍ମାନ ମିଳିଛି, ଯାହା ମୋତେ ଏକ ନିଆରା ପରିଚିତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri