Categories: ଜାତୀୟ

ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ହେଲେ ଶାଲିଜା ଧାମି

ନୂଆଦିଲ୍ଲୀ,୨୮।୮: ଭାରତୀୟ ବାୟୁସେନାର ଫ୍ଲାଇଟ୍‌ ୟୁନିଟ୍‌ର ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ଭାବେ ଓ୍ବିଙ୍ଗ୍‌ କମାଣ୍ଡର ଶାଲିଜା ଧାମି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶାଲିଜା ଲୁଧିଆନାର ବାସିନ୍ଦା। ସେ ହିନଡନ୍‌ ଏୟାରବେସ୍‌ର ଚେତକ ହେଲିକପ୍ଟର ୟୁନିଟ୍‌ର ଫ୍ଲାଇଟ୍‌ କମାଣ୍ଡର ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଶାଲିଜାଙ୍କର ୨୩ ଶହ ଘଣ୍ଟାର ବିମାନ ଉଡ଼ାଇବା ଅଭିଜ୍ଞତା ରହିଛି। ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାରେ ୧୯୯୪ରେ ପ୍ରଥମେ ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।

Share