Posted inଫୁରସତ

ପ୍ରଥମ ବେତନରେ ବୃକ୍ଷରୋପଣ କରିଥିଲି: ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି

ଆଇନଜୀବୀ, ସମାଜସେବୀ ତଥା ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଖୋର୍ଦ୍ଧା ଜିଲା ଟାଙ୍ଗିଆପଡ଼ା ଗ୍ରାମପଞ୍ଚାୟତ ଅଧୀନ ଅରାଙ୍ଗ ଗଁାରେ ମୋର ଜନ୍ମ। ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ଏକାଦଶ ଶ୍ରେଣୀ ପାସ୍‌ କରିବା ପରେ ପ୍ରାଣନାଥ କଲେଜରେ ଆଇ.ଏସ୍‌ସି. ଓ ବି.ଏସ୍‌ସି. ପଢ଼ିଥିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ଏମ୍‌.ଏ. କଲି। ଏମ୍‌.ଏ. ସରିବା ପରେ ଗଁା ପାଖ ଏକ ଘରୋଇ ବିଦ୍ୟାଳୟରେ ମାତ୍ର ୧୦୦୦ ଟଙ୍କା ବେତନରେ ଶିକ୍ଷକତା ଜୀବନ ଆରମ୍ଭ କଲି। ପ୍ରଥମ ମାସ ଦରମା ପାଇ ତିଗିରିଆ ଉଚ୍ଚ ବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟରେ ଖର୍ଚ୍ଚ କରିଥିଲି। ପାଖାପାଖି ୧୦ ବର୍ଷ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ପିଲାଙ୍କୁ ଟ୍ୟୁସନ ବି କରୁଥିଲି। ଅବଶ୍ୟ ତା’ ଭିତରେ ମୁଁ ରାଜଧାନୀ କଲେଜରୁ ଏଲ୍‌ଏଲ୍‌ବି ପାସ୍‌ କରିସାରିଥିଲି। ତେଣୁ ୧୦ ବର୍ଷ ପରେ ଶିକ୍ଷକତା ଛାଡ଼ି ଖୋର୍ଦ୍ଧା କୋର୍ଟରେ ଆଇନଜୀବୀ ଭାବେ କ୍ୟାରିୟର୍‌ ଗଢ଼ିବାକୁ ଲାଗିଲି। ଏବେ ବି ମୁଁ ସେହି ବୃତ୍ତିରେ ଅଛି। ତା’ଛଡ଼ା ଅନେକ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି। ୧୯୯୪ ମସିହାରେ ଗଢ଼ି ଉଠିଥିବା ସ୍ବେଚ୍ଛାସେବୀ ସଂଗଠନ ‘ନ୍ୟୁ ଥିଙ୍କିଙ୍ଗ୍‌ ଫୋରମ୍‌’ର ମୁଁ ହେଉଛି ସଭାପତି। ଏହି ଫୋରମ୍‌ ତରଫରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାମାଜିକ ତଥା ସାଂସ୍କୃତିକ କାମସବୁ କରାଯାଇଥାଏ। ଯେମିତିକି: ୧). ପ୍ରତି ବିଧାନସଭା ନିର୍ବାଚନ ସମୟରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରାଇ ଖୋଲାମଞ୍ଚର ଆୟୋଜନ କରିଥାଏ। ୨). ୧୯୯୯ରେ ଏକ ସ୍ବର୍ଣ୍ଣ ଉତ୍ସବ କରି ଏକାଧିକ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୩). ଓଡ଼ିଶାରେ ସାଂସ୍କୃତିକ ଜାଗରଣ ଆଣିବା ପାଇଁ ୨୦୦୦ ମସିହାରୁ ପ୍ରତିବର୍ଷ ଖୋର୍ଦ୍ଧା ମହୋତ୍ସବ ଅନୁଷ୍ଠିତ କରାଯାଉଛି। ୪). ଖୋର୍ଦ୍ଧା ମହୋତ୍ସବ ପରେ ପରେ ଭୁବନେଶ୍ୱର ମହୋତ୍ସବ, ବୋଲଗଡ଼ ମହୋତ୍ସବ, ବାଣପୁର ମହୋତ୍ସବ କରିବାରେ ବି ଏହି ଫୋରମ୍‌ ତରଫରୁ ଅନେକ ସହଯୋଗ ଯୋଗାଇ ଦିଆଯାଇଥିଲା। ୫). ୨୦୧୨ ମସିହାରୁ ଉକ୍ତ ଫୋରମ୍‌ ଆନୁକୂଲ୍ୟରେ ମୁଁ ଖୋର୍ଦ୍ଧା ପୁସ୍ତକ ମେଳାର ସମ୍ପାଦକ ଥାଇ ଖୋର୍ଦ୍ଧା ଜିଲା ପୁସ୍ତକ ମେଳାର ଶୁଭାରମ୍ଭ କରିଥିଲି। ୬). ରାଜ୍ୟସ୍ତରୀୟ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୧୭-୧୮ରେ ଖୋର୍ଦ୍ଧାରେ ଏକ ପୂର୍ତ୍ତି ଉତ୍ସବର ଆୟୋଜନ କରାଯାଇ ପ୍ରାୟ ଦେଢ଼ଶହରୁ ଊର୍ଦ୍ଧ୍ୱ ପାଇକ ଗୁରୁ, ଦଳେଇ, ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଉକ୍ତ ଫୋରମ୍‌ ତରଫରୁ ଏ ସମସ୍ତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାହାଯ୍ୟ ସହଯୋଗ କରିବା ସହ ଖୋର୍ଦ୍ଧା ଜିଲା ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଉତ୍ସବର ସମ୍ପାଦକ ଦାୟିତ୍ୱ ବି ମୋତେ ଦିଆଯାଇଥିଲା। ତା’ଛଡ଼ା ଏବେ ମୁଁ ମା’ ଅଁଳେଇ ପାଇକ ଆଖଡ଼ା ସଂଘର ସଭାପତି ଦାୟିତ୍ୱ ତୁଲାଇ ଓଡ଼ିଶାର ଲୁପ୍ତପ୍ରାୟ ପାଇକ ଆଖଡ଼ାକୁ ସମଗ୍ର ଭାରତ ବର୍ଷରେ ପରିଚିତ କରାଇବାରେ ସଫଳ ହୋଇପାରିଛି। ଏହାବାଦ୍‌ ଭାରତର ଶେଷ ସ୍ବାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ମୋ ପ୍ରୟାସ ଜାରି ରହିଛି। ସେହିପରି ଖୋର୍ଦ୍ଧାରେ ଏକ ପାଇକ ଭବନ, ପାଇକ ଏକାଡେମୀ ଏବଂ ପଲାମୌଜାଠାରେ ନୂତନ ବସ୍‌ଷ୍ଟାଣ୍ଡ ତିଆରି କରିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନା ବି କରିଛି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହଯୋଗରେ ଐତିହାସିକ ବରୁଣେଇ ପାହାଡ଼ର ଶୀର୍ଷ ଭାଗରେ ଥିବା ସୀତାକୁଣ୍ଡର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ସହ ପାହାଡ଼ ଉପରକୁ ଯିବା ପାଇଁ ପାହାଚ ତିଆରି କରାଇବାରେ ଏବଂ ବରୁଣେଇ ମନ୍ଦିରଠାରୁ ଖୋର୍ଦ୍ଧାଗଡ଼ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ସଂଯୋଗ କରିବାରେ ମଧ୍ୟ ସଫଳ ହୋଇଛି। କହିବାକୁ ଗଲେ ଖୋର୍ଦ୍ଧାକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତନ କରିବା ହେଉଛି ମୋର ତଥା ‘ନ୍ୟୁ ଥିଙ୍କିଙ୍ଗ୍‌ ଫୋରମ୍‌’ର ଏକ ବଡ଼ ସ୍ବପ୍ନ। ଏହାଛଡ଼ା ସମୟ ମିଳିଲେ ପ୍ରବନ୍ଧ ଲେଖେ। ୟା’ ଭିତରେ ପ୍ରାୟ ୩/୪ଟି ସଂସ୍କାରଧର୍ମୀ ପ୍ରବନ୍ଧ ବି ମୋର ପ୍ରକାଶ ପାଇ ସାରିଲାଣି।

– ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri