Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: ଶିକ୍ଷାବିତ୍‌ ଡ.ଅଭିମନ୍ୟୁ ଜେନା

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡ଼ଝାଡ଼ ଗାଁରେ ମୋର ଜନ୍ମ। ନାରାୟଣ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏ. ଓ ଓଡ଼ିଆ ଅନର୍ସ ରଖି ବି.ଏ. ପଢିଥିଲି। ତା’ପରେ ବ୍ରହ୍ମପୁର ୟୁନିଭର୍ସିଟିରେ ପି.ଜି. କଲି। ପି.ଜି.ରେ ମୁଁ ଗୋଲ୍ଡ ମେଡାଲ୍‌ ବି ପାଇଥିଲି। ଏହାପରେ ମୋତେ ଜୟଦେବ କଲେଜ, ଭୁବନେଶ୍ୱରରେ ଓଡ଼ିଆ ଅଧ୍ୟାପକ ଭାବେ କାମ କରିବାର ସୁଯୋଗ ମିଳିଥିଲା। ହେଲେ ଅଳ୍ପ କିଛିଦିନ ପରେ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ସେଠାରୁ ଚାକିରି ଛାଡି ନିଜ ଅଞ୍ଚଳରେ ଏକ କଲେଜ କରିବାକୁ ନିଷ୍ପତ୍ତି ନେଇଥିଲି। କାରଣ ଆମ ଅଞ୍ଚଳରେ ସେତେବେଳେ ଉଚ୍ଚଶିକ୍ଷା ପାଇଁ କୌଣସି କଲେଜ ନ ଥିଲା। ଯେଉଁମାନେ କଲେଜରେ ପଢ଼ିବାକୁ ଚାହୁଁଥିଲେ ସେମାନଙ୍କୁ ବହୁ କଷ୍ଟରେ ଚିଲିକା ପାର୍‌ ହୋଇ ଯିବାକୁ ପଡୁଥିଲା। ତେଣୁ ଏ ସମସ୍ୟାର ସମାଧାନ କରିବା ପାଇଁ ଗାଁ ଲୋକଙ୍କ ସହାୟତାରେ କୃଷ୍ଣପ୍ରସାଦ ବ୍ଲକରେ ରୁକ୍ମିଣୀ ଦେବୀ ଚିଲିକା ମହାବିଦ୍ୟାଳୟ ଗଢ଼ି ଉଠିଲା, ଯାହାର ଅଧ୍ୟକ୍ଷ ଦାୟିତ୍ୱ ମୁଁ ସମ୍ଭାଳିଥିଲି। ଏହିଠାରୁ ମୋତେ ପ୍ରଥମ ମାସ ୫୦୦ ଟଙ୍କା ପାରିଶ୍ରମିକ ମିଳିଥିଲା, ଯାହା ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଏହି ଟଙ୍କାଟି ପାଇବା ପରେ ଖୁସିରେ ମା’ ହାତରେ ନେଇ ଦେଇଥିଲି। ପ୍ରାୟ ୧୭ ବର୍ଷ ଏହି କଲେଜରେ ଅଧ୍ୟକ୍ଷ ପଦବୀରେ ରହିବା ପରେ ଗ୍ରାମ୍ୟ ବିବାଦକୁ ନେଇ ପରିଚାଳନା କମିଟିରେ ସମସ୍ୟା ଦେଖାଦେବାରୁ ଅସନ୍ତୋଷ ପ୍ରକାଶ କରି ମୁଁ ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲି। ଅବଶ୍ୟ ତା’ ଭିତରେ ମୁଁ ‘ଯୁଗ ଯନ୍ତ୍ରଣାର ଶିଳ୍ପୀ କାର୍ତ୍ତିକ ଚନ୍ଦ୍ର ରଥ ଏବଂ ତାଙ୍କ ନାଟକରେ ଜୀବନ ଚେତନା’ ନାମକ ବିଷୟ ଉପରେ ଥେସିସ୍‌ ଲେଖି ପିଏଚ୍‌.ଡି ଡିଗ୍ରୀ ହାସଲ କରିସାରିଥିଲି। ଚାକିରି ଛାଡିବା ପରେ ଭୁବନେଶ୍ୱରସ୍ଥ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଡେପୁଟି ଡାଇରେକ୍ଟର ଭାବେ କିଛିଦିନ କାମ କରିବା ପରେ ପୁଣି ଚାକିରି ଛାଡି ବ୍ରହ୍ମପୁରରେ ନିଜର ଏକ ଘରୋଇ ଶିକ୍ଷାନୁଷ୍ଠାନ ଗଢିଲି, ଯେଉଁଠାରେ ଯୁକ୍ତ ଦୁଇ, ଯୁକ୍ତ ତିନି ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାଗ୍ରହଣ ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ ଅଛି। ତେବେ ମୁଁ ଏହି ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ରହିବା ସଙ୍ଗେ ସଙ୍ଗେ ୟା’ଭିତରେ ଅନେକ ନାଟକ, ଯାତ୍ରା, ସମାଲୋଚନା ଭିତ୍ତିକ ଲେଖା ବି ଲେଖିସାରିଲିଣି। ଏକାଦଶ ଶ୍ରେଣୀରେ ପଢିଲା ବେଳୁ ଲେଖାଲେଖିର ଧାରା ମୋର ଆରମ୍ଭ ହୋଇଥିଲା। ‘ଝଡ଼ର ପରିଧି’ ଥିଲା ମୋ ଲିଖିତ ପ୍ରଥମ ନାଟକ। ପୂର୍ଣ୍ଣାହୁତି, ଧବଳ ପିକ, ମନ ଓ ମନନ, ବରଂ ନିବାସ ଭଲ ରଣ କ୍ଷେତ୍ରରେ, ଅସମର୍ଥ ସିଦ୍ଧାର୍ଥମାନେ ଇତ୍ୟାଦି ହେଉଛି ମୋର ଅନ୍ୟ କେତେକ ପ୍ରମୁଖ ନାଟକ। ସେହିପରି ଶୁଖିଲା ନଈର ଝାଉଁଳା କଇଁ, ଆଦର୍ଶର ପୂଜା ଫାଶୀଖୁଣ୍ଟରେ, ମୋ ଠିକଣା ମୋତେ ଅଜଣା ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ପ୍ରମୁଖ ଯାତ୍ରା ନାଟକ, ଯାହା ବିଭିନ୍ନ ମଞ୍ଚରେ ପରିବେଷିତ ହୋଇ ଦର୍ଶକଙ୍କର ପ୍ରଶଂସା ସାଉଁଟି ସାରିଛି। ତା’ଛଡ଼ା ‘ମା’ କାଳିଜାଈ’ ନାମକ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଓ ‘ଆଇ ମିସ୍‌ ୟୁ’ନାମକ ଏକ ଟେଲି ଫିଲ୍ମର କାହାଣୀ ଲେଖିବା ସହ ତା’ର ଚିତ୍ରନାଟ୍ୟ ଓ ସଂଳାପ ରଚନା ବି ମୁଁ କରିଛି। ଏସବୁ ବ୍ୟତୀତ ଝଡ଼ର ପରିଧି, ଧୂପଛାୟା, ବିଜ୍ଞାନ ଯୁଗରେ ସାହିତ୍ୟର ଭୂମିକା, ନିତ୍ୟ ସୁଖ ପାଇଁ ନୀତି ବିଜ୍ଞାନ, ମନ ନିୟନ୍ତ୍ରଣ ଓ ଚାପ ମୁକ୍ତିର ଉପାୟ ନିରୂପଣ, ବିଦ୍ୟାର୍ଥୀଙ୍କ ସମସ୍ୟା ଓ ତା’ର ସମାଧାନ, ଅର୍ଦ୍ଧ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ କବି ମାୟାଧର ମାନସିଂହ, ଚିଲିକା ଓ ଶ୍ରୀଜଗନ୍ନାଥ ଇତ୍ୟାଦି ପୁସ୍ତକ ବି ମୋର ପ୍ରକାଶିତ ହୋଇସାରିଛି। ଆଉ ଏ ସମସ୍ତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋତେ ତରୁଣ ନାଟ୍ୟକାର, ନାଟ୍ୟ ଭୂଷଣ, ନାଟ୍ୟ ମୁନି ଭରତ, ମାନସିଂହ ସମ୍ମାନ ଆଦି ବି ମିଳିସାରିଛି। ଭଗବାନଙ୍କ ଆଶୀର୍ବାଦରୁ ସବୁ କିଛି ଠିକ୍‌ଠାକ୍‌ ଚାଲିଛି ଆଉ ଆଗକୁ ବି ଏମିତି ଚାଲୁ ବୋଲି ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri