Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଶିକ୍ଷାବିତ୍‌ ଡ. ସୁରେନ୍ଦ୍ର ନାଥ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ରତନପୁର ଗାଁର ବ୍ରାହ୍ମଣ ଶାସନରେ ମୋ ଜନ୍ମ। ଜନତା ଉଚ୍ଚବିଦ୍ୟାଳୟରୁ ୧୯୬୬ରେ ଏକାଦଶ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରି-ୟୁନିଭର୍ସିଟି, ରେଭେନ୍‌ଶାରେ ଗ୍ରାଜୁଏଶନ୍‌ ଓ ବାଣୀବିହାରରେ ଓଡ଼ିଆରେ ଏମ୍‌.ଏ. କଲି। ତା’ପରେ କେନ୍ଦୁଝର କଲେଜରେ ଆଡହକ୍‌ରେ ଓଡ଼ିଆ ଅଧ୍ୟାପକ ଭାବେ ଚାକିରି ପାଇଲି। ଦରମା ୪୪୩ ଟଙ୍କା। ୪ ଭାଇଭଉଣୀ(ତିନି ଭାଇ ଓ ଗୋଟେ ଭଉଣୀ)ଙ୍କ ଭିତରେ ମୁଁ ଥିଲି ସବାସାନ। ମୋତେ ପଢ଼ାଇବା ପାଇଁ ମା’ବାପାଙ୍କ ସମେତ ଭାଇଭଉଣୀ ବି ଅନେକ ତ୍ୟାଗ କରିଥିଲେ। ତେଣୁ ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି। ପ୍ରାୟ ଦୁଇ ବର୍ଷ ଅଧ୍ୟାପକ ଚାକିରି କରିବା ପରେ ଓଡ଼ିଶା ସୂଚନା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଲୋକସମ୍ପର୍କ ଅଧିକାରୀ ଭାବେ ସୁନ୍ଦରଗଡ଼ରେ ୭ମାସ ଓ ସମ୍ବଲପୁରରେ ୮ମାସ କାମ କରିଥିଲି। ତା’ପରେ ପୁଣି ଅଧ୍ୟାପନା କ୍ଷେତ୍ରକୁ ଫେରି ଆସିବାକୁ ଚିନ୍ତା କରି ଓଡ଼ିଶା ଏଜୁକେଶନ ସର୍ଭିସ୍‌ ଏକ୍‌ଜାମ୍‌ ଦେଇ କୃତକାର୍ଯ୍ୟ ହେଲି। ଆଉ ୧୯୭୮ରେ ପାରଳାଖେମୁ୍‌ଣ୍ଡିସ୍ଥିତ ଏସ୍‌.କେ.ସି.ଜି. କଲେଜରେ ସରକାରୀ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଲି। ସେଠାରେ ପ୍ରାୟ ୬/୭ ବର୍ଷ କାମ କରିବା ଭିତରେ ଦୁଇବର୍ଷ ସରକାରୀ ଅନୁମତି କ୍ରମେ ଛୁଟିରେ ରହି ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌.ଡି. କଲି। ପ୍ରଫେସର୍‌ ଡ. ବଂଶୀଧର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ଚଉତିଶା ଉପରେ ଥେସିସ୍‌ ଲେଖି ୧୯୮୪ରେ ଡକ୍ଟରେଟ୍‌ ଡିଗ୍ରୀ ହାସଲ କଲି। ପ୍ରଫେସର୍‌ ଡ. ବଂଶୀଧର ଥିଲେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ତାଙ୍କ ସଂସ୍ପର୍ଶରେ ଆସି ମୋ ଭିତରେ ବି ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ଜାତହେଲା। ଆମେ ଦୁହେଁ ମିଶି ‘ଶ୍ରୀଜଗନ୍ନାଥ’ ନାମରେ ଏକ ପତ୍ରିକା ପ୍ରକାଶ କଲୁ, ଯାହାର ମୁଖ୍ୟ ସମ୍ପାଦକ ପ୍ରଫେସର୍‌ ଡ. ମହାନ୍ତି ଥିଲେ ଆଉ ମୁଁ ଥିଲି ତା’ର କାର୍ଯ୍ୟକାରୀ ସମ୍ପାଦକ। ଏହାପରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ନାମରେ ଏକ ଅନୁଷ୍ଠାନ ଆମେ ଗଢ଼ିଲୁ, ଯାହାର ସଭାପତି ଥିଲେ ପ୍ରଫେସର୍‌ ଡ. ମହାନ୍ତି ଆଉ ମୁଁ ଥିଲି ସାଧାରଣ ସମ୍ପାଦକ। ଉକ୍ତ ପ୍ରତିଷ୍ଠାନ କଥା ବୁଝିବା ସହ ଅଧ୍ୟାପନା ବି କରୁଥିଲି। ଏସ୍‌.କେ.ସି.ଜି. କଲେଜ ପରେ ରାଜଧାନୀ କଲେଜରେ ବି ୪/୫ ବର୍ଷ ଅଧ୍ୟାପନା କଲି। ତା’ପରେ ଚାକିରି କ୍ଷେତ୍ରରେ କେତେକ ଅସୁବିଧା ଉପୁଜିଥିଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ବିଜେବି କଲେଜରେ ୪ଦିନ କାର୍ଯ୍ୟକରି ଜୁଲାଇ ୧୯୯୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ଭାବେ ଯୋଗଦେଲି। ଏଠି ବି ଚାକିରିରେ କିଛିଟା ସମସ୍ୟା ଉପୁଜିଥିଲା ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ଠିକ୍‌ଠାକ୍‌ ହୋଇ ୧୯୯୯ରେ ପ୍ରଫେସର୍‌ ଭାବେ ପ୍ରମୋଶନ ପାଇଲି। ଆଉ ୨୦୦୯ରେ ଚାକିରିରୁ ଅବସର ନେଲି। ୟା’ଭିତରେ ମୋ ତତ୍ତ୍ୱାବଧାନରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏମ୍‌ଫିଲ୍‌, ୨ ଜଣ ଡି.ଲିଟ୍‌ ଏବଂ ୪୦ରୁ ଊର୍ଦ୍ଧ୍ୱ ଗବେଷକ, ଗବେଷିକା ପିଏଚ୍‌.ଡି. ଡିଗ୍ରୀ ହାସଲ କରିସାରିଲେଣି। ଅବସର ପରେ ମୋତେ ୟୁଜିସି ତରଫରୁ ତିନୋଟି ପ୍ରୋଜେକ୍ଟ ଉପରେ କାମ କରିବାର ଦାୟିତ୍ୱ ମିଳିଥିଲା। ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର, ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀମନ୍ଦିର ଭିତରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଉଛି ତା’ ଉପରେ ଗବେଷଣା କରିବାର ଦାୟିତ୍ୱ। ଏସବୁ ଗବେଷଣା କରିବାକୁ ଯାଇ ମୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୧୬୩୧ଟି ଏବଂ ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୩୭୨୧ଟି ଶ୍ରୀଜଗନ୍ନାଥ ମନ୍ଦିରର କ୍ଷେତ୍ରୀୟ ସର୍ବେକ୍ଷଣ କରି ତା’ର ଇତିହାସ ସଂଗ୍ରହ କରିଥିଲି। ଆଉ ସେହି ତଥ୍ୟ ଉପରେ ଆଧାର କରି ଇଂଲିଶ ଭାଷାରେ ‘ମହାପ୍ରଭୁ ଶ୍ରୀଜଗନ୍ନାଥ: ଦି ଲଡ୍‌ ଅଫ୍‌ ଦି ୟୁନିଭର୍ସ’ ନାମରେ ଏକ ପୁସ୍ତକ ଦିଲ୍ଲୀ ପ୍ରତିଭା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହେଲା। ସେହିପରି ମନ୍ଦିରରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଏ ତା’ ଉପରେ ଗବେଷଣା କରି ‘ଶ୍ରୀମନ୍ଦିର ଶବ୍ଦକୋଷ’ ନାମରେ ଆଉ ଏକ ବହି ବି ମୋର ପ୍ରକାଶ ପାଇଲା। ପରବର୍ତ୍ତୀ କାଳରେ ଶ୍ରୀମନ୍ଦିର ସମ୍ପର୍କରେ ବିଭିନ୍ନ ରିପୋର୍ଟ, ବିଭିନ୍ନ କମିଶନଙ୍କ ସୁପାରିସ, ଭକ୍ତ ଓ ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ଆଧାରିତ କରି ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ନେଇ ଅନ୍ୟ ଏକ ପୁସ୍ତକ ‘ନୋଟ୍ସ ଆଣ୍ଡ ରିପୋଟର୍‌ସ ଅନ୍‌ ଶ୍ରୀଜଗନ୍ନାଥ ଟେମ୍ପଲ ପୁରୀ’ ୨୦୧୮ରେ ପ୍ରକାଶିତ ହେଲା। ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଉପରେ ମୋର ଗବେଷଣା କାର୍ଯ୍ୟ ଚାଲୁ ରହିଛି। କେବଳ ଓଡ଼ିଶା କାହିଁକି ଭାରତ ବାହାରେ ମଧ୍ୟ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ଓ ପ୍ରସାର କାର୍ଯ୍ୟ ବି ମୋର ଚାଲିଛି। ଏସବୁ ପ୍ରକଳ୍ପ ବା କାର୍ଯ୍ୟକ୍ରମକୁ ସଫଳ କରିବାରେ ମହାପ୍ରଭୁଙ୍କ ଆଶୀର୍ବାଦ ସହିତ ପ୍ରତିଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ଅଲେଖ କୁମାର ଦାସଙ୍କ ସହଯୋଗ ଚିରସ୍ମରଣୀୟ। ପରିଶେଷରେ ଏତିକି କହିବି, ଶ୍ରୀଜଗନ୍ନାଥ ଚେତନା ଏକ ଚିରନ୍ତନ ଶାଶ୍ୱତ ଚେତନା, ଏହାଦ୍ୱାରା ଅନୁପ୍ରାଣିତ ହେଲେ ବ୍ୟକ୍ତି ତା’ର ଜୀବନକୁ ସରସ, ସୁନ୍ଦର, ମଧୁମୟ କରିବା ସଙ୍ଗେ ସଙ୍ଗେ ସମଗ୍ର ମାନବ ସମାଜକୁ ବସୁଧୈବ କୁଟୁମ୍ବକମ୍‌ ଚେତନାରେ ଉଦ୍‌ବୁଦ୍ଧ କରିପାରିବ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri