Posted inଫୁରସତ

ପ୍ରଥମ ଟଙ୍କା ବାପା,ମା’ଙ୍କୁ ଦେଇଥିଲି: ସାମାଜିକ କର୍ମୀ ଅରବିନ୍ଦ ମିଶ୍ର

ଭୁବନେଶ୍ୱରର ଲକ୍ଷ୍ମୀସାଗରଠାରେ ମୋର ଜନ୍ମ। ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରୁ ୧୯୮୫ ମସିହାରେ ଦଶମ ପାସ୍‌ କରିବା ପରେ ରାଜଧାନୀ କଲେଜରେ ବି.ଏ. ଯାଏଁ ପଢ଼ିଥିଲି। ତା’ପରେ କ୍ୟାପିଟାଲ୍‌ ଲ’ କଲେଜରେ ଏଲ୍‌ଏଲ୍‌ବି କଲି। ପଢ଼ା ସରିବା ପରେ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲି। ଏହିଠାରୁ ହିଁ ମୋର ପ୍ରଥମ ରୋଜଗାର ହେଲା। ଯାହା ଦରମା ପାଇଲି ତାକୁ ନେଇ ବାପାମା’ଙ୍କ ହାତରେ ଦେଇଥିଲି। ପ୍ରାୟ ୩ ବର୍ଷ ଏଠାରେ କାମ କରିବା ପରେ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ପାଇଁ ଏକ ଇଣ୍ଟରଭ୍ୟୁ ବାହାରିଲା। ମୁଁ ସେହି ଇଣ୍ଟରଭ୍ୟୁ ଦେଇ ସିଲେକ୍ଟ ହୋଇ ସେଥିରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଗ୍ରେଡ୍‌ରେ ଯୋଗ ଦେଲି। ଏହି ଚାକିରିରେ ମୋର ପ୍ରଥମ ପୋଷ୍ଟିଂ ଗୁଆହାଟୀରେ ହୋଇଥିଲା। ତା’ପରେ କିଛିଦିନ ଭୂବନେଶ୍ୱର, କୋଲକାତା ଏବଂ ବମ୍ବେରେ ବି କାମ କରିଥିଲି। ଆଉ ଏବେ ଲକ୍ଷ୍ମୌରେ କାର୍ଯ୍ୟରତ ଅଛି। ୟା’ଭିତରେ ମୋର ପ୍ରମୋଶନ ମଧ୍ୟ ହୋଇସାରିଲାଣି। ଏବେ ମୁଁ ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ଗ୍ରେଡ୍‌ରେ କାମ କରୁଛି। ଚାକିରି ଜୀବନ ବାଦ୍‌ ‘ବେଦାନ୍ତୀ’ ନାମକ ଏକ ଇ-ପତ୍ରିକାର ମୁଁ ହେଉଛି ପ୍ରତିଷ୍ଠାତା। ସାଧାରଣରେ କହିବାକୁ ଗଲେ ଏହା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମ୍ପୂର୍ଣ୍ଣ ଓଡ଼ିଆରେ ପ୍ରକାଶିତ ଏକ ପାରିବାରିକ ମାସିକ ଇ-ପତ୍ରିକା। ଏଭଳି ଏକ ପତ୍ରିକା କରିବା ପଛରେ ମୋର ଏକ ମହତ୍‌ ଉଦ୍ଦେଶ୍ୟ ଲୁଚି ରହିଥିଲା। ସେହି ଉଦ୍ଦେଶ୍ୟ ବିଷୟରେ କହିବା ପୂର୍ବରୁ ଏଠାରେ ମୁଁ ଜଣାଇ ଦେବାକୁ ଚାହେଁ ଯେ, ପିଲାଟି ଦିନରୁ ବିଭିନ୍ନ ପ୍ରକାର ବହି, ମାଗାଜିନ୍‌ ପଢ଼ିବା ମୋର ଏକ ଅଭ୍ୟାସ। ଖାସ୍‌କରି ଆମ ମାତୃଭାଷା ଆଉ ଆମ ସଂସ୍କୃତି, ପରମ୍ପରା ବିଷୟରେ ପ୍ରକାଶ ପାଉଥିବା ବିଭିନ୍ନ ଲେଖା ପଢ଼ିବାକୁ ମୋତେ ବହୁତ ଭଲ ଲାଗେ। ହେଲେ ଯେତେବେଳେ ବ୍ୟାଙ୍କ ଚାକିରି ପାଇ ଓଡ଼ିଶା ବାହାରେ କାମ କରିବାକୁ ଲାଗିଲି, ମୋତେ ଆଉ ସେଠାରେ ଓଡ଼ିଆ ମାଗାଜିନ୍‌ ହାତପାହାନ୍ତାରେ ମିଳିଲା ନାହିଁ। ଏପରିକି ସେତେବେଳେ ଅନ୍‌ଲାଇନ୍‌ରେ ବି ଓଡ଼ିଆ ମାଗାଜିନ୍‌ ପଢ଼ିବାର କୌଣସି ସୁବିଧା ନ ଥିଲା। ସେତେବେଳେ ମୁଁ ଚିନ୍ତା କଲି ମୋ ଭଳି ଓଡ଼ିଶା ବାହାରେ ତଥା ଦେଶ ବିଦେଶରେ ଏମିତି ଅନେକ ଓଡ଼ିଆ ଲୋକ ବି ଥିବେ, ଯେଉଁମାନେ ଓଡ଼ିଆ ବହି କିମ୍ବା ମାଗାଜିନ୍‌ ପଢ଼ିବାକୁ ଝୁରି ହେଉଥିବେ। ତେଣୁ ସେମାନଙ୍କୁ ଏହି ଇ-ପତ୍ରିକା ମାଧ୍ୟମରେ ସାହାଯ୍ୟ କରିହେବ ଭାବି ମୁଁ ଏହାକୁ ଆରମ୍ଭ କଲି। ଖୁବ୍‌ କମ୍‌ ଦିନ ଭିତରେ ଏହି ପତ୍ରିକାଟି ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହେବାକୁ ଲାଗିଲା। ଏପରିକି ଦେଶବିଦେଶରେ ଥିବା ଅନେକ ଓଡ଼ିଆ ପାଠକ ଏହି ମାଗାଜିନ୍‌ ପାଇଁ ଲେଖା ମଧ୍ୟ ପଠାଇବାକୁ ଲାଗିଲେଣି। ତେଣୁ ଏବେ ମୁଁ ହୃଦ୍‌ବୋଧ କରିପାରୁଛି ଯେ, ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ଏହି ମାଗାଜିନ୍‌ଟି ପ୍ରକାଶ କରିଥିଲି, ଭଗବାନଙ୍କ କୃପାରୁ ତାହା ସଫଳ ହେବାରେ ଲାଗିଛି। ଆଉ ଏହି ସଫଳତା ପଛରେ ବେଦାନ୍ତୀ ପତ୍ରିକାର ସମ୍ପାଦିକା ମମତା ଦାଶଙ୍କର ବି ଅନେକ ସହଯୋଗ ରହିଛି। ଏସବୁ ବାଦ୍‌ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ବି ମୁଁ ଖୁବ୍‌ ଆଗ୍ରହ ପ୍ରକାଶ କରିଥାଏ। ଏଥିରୁ ମୋତେ ବେଶ୍‌ ଆତ୍ମଶାନ୍ତି ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri