Posted inଫୁରସତ

ପ୍ରଥମ ଟଙ୍କା ବାପା,ମା’ଙ୍କୁ ଦେଇଥିଲି: ସାମାଜିକ କର୍ମୀ ଅରବିନ୍ଦ ମିଶ୍ର

ଭୁବନେଶ୍ୱରର ଲକ୍ଷ୍ମୀସାଗରଠାରେ ମୋର ଜନ୍ମ। ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରୁ ୧୯୮୫ ମସିହାରେ ଦଶମ ପାସ୍‌ କରିବା ପରେ ରାଜଧାନୀ କଲେଜରେ ବି.ଏ. ଯାଏଁ ପଢ଼ିଥିଲି। ତା’ପରେ କ୍ୟାପିଟାଲ୍‌ ଲ’ କଲେଜରେ ଏଲ୍‌ଏଲ୍‌ବି କଲି। ପଢ଼ା ସରିବା ପରେ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲି। ଏହିଠାରୁ ହିଁ ମୋର ପ୍ରଥମ ରୋଜଗାର ହେଲା। ଯାହା ଦରମା ପାଇଲି ତାକୁ ନେଇ ବାପାମା’ଙ୍କ ହାତରେ ଦେଇଥିଲି। ପ୍ରାୟ ୩ ବର୍ଷ ଏଠାରେ କାମ କରିବା ପରେ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ପାଇଁ ଏକ ଇଣ୍ଟରଭ୍ୟୁ ବାହାରିଲା। ମୁଁ ସେହି ଇଣ୍ଟରଭ୍ୟୁ ଦେଇ ସିଲେକ୍ଟ ହୋଇ ସେଥିରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଗ୍ରେଡ୍‌ରେ ଯୋଗ ଦେଲି। ଏହି ଚାକିରିରେ ମୋର ପ୍ରଥମ ପୋଷ୍ଟିଂ ଗୁଆହାଟୀରେ ହୋଇଥିଲା। ତା’ପରେ କିଛିଦିନ ଭୂବନେଶ୍ୱର, କୋଲକାତା ଏବଂ ବମ୍ବେରେ ବି କାମ କରିଥିଲି। ଆଉ ଏବେ ଲକ୍ଷ୍ମୌରେ କାର୍ଯ୍ୟରତ ଅଛି। ୟା’ଭିତରେ ମୋର ପ୍ରମୋଶନ ମଧ୍ୟ ହୋଇସାରିଲାଣି। ଏବେ ମୁଁ ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ଗ୍ରେଡ୍‌ରେ କାମ କରୁଛି। ଚାକିରି ଜୀବନ ବାଦ୍‌ ‘ବେଦାନ୍ତୀ’ ନାମକ ଏକ ଇ-ପତ୍ରିକାର ମୁଁ ହେଉଛି ପ୍ରତିଷ୍ଠାତା। ସାଧାରଣରେ କହିବାକୁ ଗଲେ ଏହା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମ୍ପୂର୍ଣ୍ଣ ଓଡ଼ିଆରେ ପ୍ରକାଶିତ ଏକ ପାରିବାରିକ ମାସିକ ଇ-ପତ୍ରିକା। ଏଭଳି ଏକ ପତ୍ରିକା କରିବା ପଛରେ ମୋର ଏକ ମହତ୍‌ ଉଦ୍ଦେଶ୍ୟ ଲୁଚି ରହିଥିଲା। ସେହି ଉଦ୍ଦେଶ୍ୟ ବିଷୟରେ କହିବା ପୂର୍ବରୁ ଏଠାରେ ମୁଁ ଜଣାଇ ଦେବାକୁ ଚାହେଁ ଯେ, ପିଲାଟି ଦିନରୁ ବିଭିନ୍ନ ପ୍ରକାର ବହି, ମାଗାଜିନ୍‌ ପଢ଼ିବା ମୋର ଏକ ଅଭ୍ୟାସ। ଖାସ୍‌କରି ଆମ ମାତୃଭାଷା ଆଉ ଆମ ସଂସ୍କୃତି, ପରମ୍ପରା ବିଷୟରେ ପ୍ରକାଶ ପାଉଥିବା ବିଭିନ୍ନ ଲେଖା ପଢ଼ିବାକୁ ମୋତେ ବହୁତ ଭଲ ଲାଗେ। ହେଲେ ଯେତେବେଳେ ବ୍ୟାଙ୍କ ଚାକିରି ପାଇ ଓଡ଼ିଶା ବାହାରେ କାମ କରିବାକୁ ଲାଗିଲି, ମୋତେ ଆଉ ସେଠାରେ ଓଡ଼ିଆ ମାଗାଜିନ୍‌ ହାତପାହାନ୍ତାରେ ମିଳିଲା ନାହିଁ। ଏପରିକି ସେତେବେଳେ ଅନ୍‌ଲାଇନ୍‌ରେ ବି ଓଡ଼ିଆ ମାଗାଜିନ୍‌ ପଢ଼ିବାର କୌଣସି ସୁବିଧା ନ ଥିଲା। ସେତେବେଳେ ମୁଁ ଚିନ୍ତା କଲି ମୋ ଭଳି ଓଡ଼ିଶା ବାହାରେ ତଥା ଦେଶ ବିଦେଶରେ ଏମିତି ଅନେକ ଓଡ଼ିଆ ଲୋକ ବି ଥିବେ, ଯେଉଁମାନେ ଓଡ଼ିଆ ବହି କିମ୍ବା ମାଗାଜିନ୍‌ ପଢ଼ିବାକୁ ଝୁରି ହେଉଥିବେ। ତେଣୁ ସେମାନଙ୍କୁ ଏହି ଇ-ପତ୍ରିକା ମାଧ୍ୟମରେ ସାହାଯ୍ୟ କରିହେବ ଭାବି ମୁଁ ଏହାକୁ ଆରମ୍ଭ କଲି। ଖୁବ୍‌ କମ୍‌ ଦିନ ଭିତରେ ଏହି ପତ୍ରିକାଟି ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହେବାକୁ ଲାଗିଲା। ଏପରିକି ଦେଶବିଦେଶରେ ଥିବା ଅନେକ ଓଡ଼ିଆ ପାଠକ ଏହି ମାଗାଜିନ୍‌ ପାଇଁ ଲେଖା ମଧ୍ୟ ପଠାଇବାକୁ ଲାଗିଲେଣି। ତେଣୁ ଏବେ ମୁଁ ହୃଦ୍‌ବୋଧ କରିପାରୁଛି ଯେ, ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ଏହି ମାଗାଜିନ୍‌ଟି ପ୍ରକାଶ କରିଥିଲି, ଭଗବାନଙ୍କ କୃପାରୁ ତାହା ସଫଳ ହେବାରେ ଲାଗିଛି। ଆଉ ଏହି ସଫଳତା ପଛରେ ବେଦାନ୍ତୀ ପତ୍ରିକାର ସମ୍ପାଦିକା ମମତା ଦାଶଙ୍କର ବି ଅନେକ ସହଯୋଗ ରହିଛି। ଏସବୁ ବାଦ୍‌ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ବି ମୁଁ ଖୁବ୍‌ ଆଗ୍ରହ ପ୍ରକାଶ କରିଥାଏ। ଏଥିରୁ ମୋତେ ବେଶ୍‌ ଆତ୍ମଶାନ୍ତି ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri