ପ୍ରଥମ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଥିଲେ ଏହି ଅଭିନେତା

ବଲିଉଡ୍‌ ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କୋଲକତାରୁ ମୁମ୍ବାଇ ଆସି ନିଜର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ମିଥୁନ ଚକ୍ରବର୍ତ୍ତୀ କୋଲକାତା ଛାଡି ପ୍ରଥମେ ପୁଣେର ଫିଲ୍ମ ଆଣ୍ଡ ଟେଲି ଟେଲିଭିଜନ ଇନଷ୍ଟିଚ୍ୟୁଟରେ ପ୍ରବେଶ କରିଥିଲେ। ଏଠାରେ ସେ ଅଭିନୟ ଶିଖିଲେ। ଏହା ପରେ ସେ ଫିଲ୍ମ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ପ୍ରସିଦ୍ଧ ଡ୍ୟାନ୍ସର ତଥା ଅଭିନେତ୍ରୀ ହେଲେନଙ୍କ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେନଙ୍କ ସହ କାମ କରିବାବେଳେ ସେ ଅମିତାଭଙ୍କ ଫିଲ୍ମ ‘ଦୋ ଅଞ୍ଜାନେ’ରେ କିଛି ମିନିଟ ପାଇଁ ଅଭିନୟ କରିଥିଲେ।

ମିଥୁନ ଚକ୍ରବର୍ତ୍ତୀ ତାଙ୍କ ପ୍ରଥମ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୧୯୭୬ରେ ସେ ମୃଣାଳ ସେନଙ୍କ ଚଳଚ୍ଚିତ୍ର ‘ମୃଗୟା’ ପାଇଁ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।

ମିଥୁନ ଚକ୍ରବର୍ତ୍ତୀ ନିଜେ ଜଣେ ବୃତ୍ତିଗତ ରେସର ଥିଲେ। ସେ ନିଜ ରାଜ୍ୟ ପଶ୍ଚିମବଙ୍ଗ ପାଇଁ ରେସଲିଂରେ ପଦକ ମଧ୍ୟ ଜିତିଛନ୍ତି। ଏହା ବ୍ୟତୀତ ମିଥୁନ ମାର୍ଶଲ ଆର୍ଟରେ ମଧ୍ୟ ମାହିର। ନିଜ କ୍ୟାରିୟରରେ ୩୫୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି। ସେ ଜାତୀୟ ପୁରସ୍କାର ଏବଂ ୨ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି। ସେ କେବଳ ହିନ୍ଦୀ ନୁହେଁ ବଙ୍ଗାଳୀ, ଭୋଜପୁରୀ, ଓଡିଆ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ମିଥୁନ ଚକ୍ରବର୍ତ୍ତୀ ତାଙ୍କର ପଶୁ ପ୍ରେମ ପାଇଁ ଜଣାଶୁଣା। ସେ ପ୍ରାୟ ୩୮ଟି କୁକୁର ରଖିଛନ୍ତି। ଅଛନ୍ତି। କେବଳ କୁକୁର ନୁହେଁ ଅନେକ ପକ୍ଷୀ ମଧ୍ୟ ସେ ପାଳିଛନ୍ତି। ଏହା ବ୍ୟତୀତ ସେ ଜଣେ ସଫଳ ବ୍ୟବସାୟୀ ମଧ୍ୟ ଅଟନ୍ତି। ଓଟି, ଦାର୍ଜିଲିଂ, ସିଲିଗୁଡି, କୋଲକତା ଏବଂ ଅନ୍ୟାନ୍ୟ ସ୍ଥାନରେ ହୋଟେଲ ଅଛି।

Share