ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୩।୯(ନି.ପ୍ର.) : ଭାରତୀୟ ମଜଦୂର ସଂଘ ପକ୍ଷରୁ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହର ଦାବିରେ ସୋମବାର ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଫଳରେ ତାଳଚେର କୋଲ୍‌ଫିଲଡ୍ସରେ ଥିବା ସମସ୍ତ କୋଇଲା ଖଣିର ଖଣି କାର୍ଯ୍ୟ ସହ କୋଇଲା ଉତ୍ତୋଳନ, ପରିବହନ ବନ୍ଦ ରହିଛି । କୋଇଲା ମହାସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବାଦଲ ମହାରଣା, ବିଏମ୍‌ସର ସାଧାରଣ ସମ୍ପାଦକ ସଞ୍ଜୟ ମାଝି, ଅରୁଣ କୁମାର ପ୍ରଧାନ, ବିଜୟ କୁମାର ସାହୁ ଓ ଅନ୍ୟମାନେ ଏହାର ନେତୃତ୍ୱ ନେଇଛନ୍ତି ।