ପ୍ରତି ଲକ୍‌ଡାଉନ ପରେ ବଢ଼ିଛି ଆକ୍ରାନ୍ତଙ୍କ ସଂଖ୍ୟା, ସରକାର ଗୋଟିଏ ପ୍ରକାର ଭୁଲ କରି ନୂଆ ପରିଣାମର ରଖୁଛନ୍ତି ଆଶା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୩।୬: ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ନେଇ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବାର ଉଦ୍ୟମ କରାଯାଉଛି। ଶନିବାର ରାହୁଲ ଗାନ୍ଧୀ ଲକ୍‌ଡାଉନ ପରେ କିଭଳି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି ତାହାର ୪ଟି ଗ୍ରାଫ୍‌ ଶେୟାର କରିଛନ୍ତି। ଏହା ସହିତ ସେ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ସମ୍ପର୍କରେ ସରକାରଙ୍କ ଅଜ୍ଞାନତା ଏବଂ ପରିସ୍ଥିତିର ମୁକାବିଲା କରିବା ଲାଗି ଆବଶ୍ୟକ କ୍ଷମତା ଅଭାବ ଯୋଗୁ ଦେଶରେ ଭୟଙ୍କର ଏବଂ ମରଣାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ସରକାର ଏକ ଭୁଲ ରାସ୍ତା ଆପଣେଇ କରୋନା ଲଢ଼େଇରେ ବିଜୟୀ ହେବାର ଆଶା ରଖିଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟ ଦେଶ ପାଇଁ କ୍ଷତି କାରକ ହେବ ବୋଲି ରାହୁଲ କହିଛନ୍ତି। ଲଗାତାର ସରକାର ଗୋଟିଏ ପ୍ରକାର ଭୁଲ କରି ନୂଆ ପରିଣାମର ଆଶା ରଖୁଛନ୍ତି। କିନ୍ତୁ ଏହା ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ସେ କହିଛନ୍ତି।

Share