ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟଠାରେ ଧାରଣା ଦେଇଛନ୍ତି। କମ୍ପାନୀ ନିର୍ମାଣ ହେବା ଦିନଠାରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପାନୀୟଜଳ, ଶିକ୍ଷା, ରାସ୍ତାଘାଟ ସହିତ ମୌଳିକ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜିଯାଏ ତାହା ପୂରଣ କରିନାହିଁ। ବାରମ୍ବାର ଦାବି ସତ୍ତ୍ୱେ କମ୍ପାନୀ ଶୁଣୁ ନ ଥିବାରୁ ବଡକାଳୀମାଟି ଗ୍ରାମବାସୀ ଧାରଣାରେ ବସିଛନ୍ତି।

ଅଭିଯୋଗ ଅନୁଯାୟୀ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ବିକାଶ ଦିଗରେ ବଦ୍ଧପରିକର ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇ ପୂରଣ କରିନାହିଁ। ଏପରିକି ଜମିହରା ଲୋକଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ କମ୍ପାନୀ କୌଣସି ପ୍ରକାର ଥଇଥାନ ବ୍ୟବସ୍ଥା କରିପାରିନାହିଁ। ତା ପରିବର୍ତ୍ତେ ପରିବେଶକୁ ନଷ୍ଟ କରିବା, ପ୍ରଦୂଷଣ ସୃଷ୍ଟି କରିବା ସହିତ ରାସ୍ତାଘାଟ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିଜ ହକ୍‌ ପାଇଁ ଲଢେଇ କରୁଥିବା ଏହି ଗ୍ରାମବାସୀ ନ୍ୟାୟ ପାଇଁ ଗତ ୨୩ା୭ା୨୦୧୮ ତାରିଖରେ ଉପଜିଲାପାଳଙ୍କ ନିକଟରେ ଅନଶନରେ ବସିଥିଲେ। ଉପଜିଲାପାଳ ୧୦ ଦିନ ମଧ୍ୟରେ ନୂତନ ଶାନ୍ତି କମଟି ଗଠନ କରି ସମସ୍ୟାର ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଅନଶନରୁ ହଟିଥିଲେ। ୧ା୮ା୨୦୧୮ରେ ଗ୍ରାମବାସୀ ଅନୁଷ୍ଠିତ ବୈଠକରେ ଉପସ୍ଥିତ ହୋଇଥିଲେ ମଧ୍ୟ ପ୍ରତିପକ୍ଷ ଉପସ୍ଥିତ ହୋଇ ନ ଥିଲେ। ଫଳରେ ବୈଠକ ୨୧ା୮ା୨୦୧୮ ରିଖରେ ଅନୁଷ୍ଠିତ ହୋଇଥିଲା। ୭ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ପୈଠ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ କମ୍ପାନୀ ତାହା କରି ନ ଥିଲା। ମାତ୍ର ପ୍ରଶାସନ ପକ୍ଷରୁ କମ୍ପାନୀକୁ ଅନୁକମ୍ପା ଦେଖାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବ ବୈଠକରେ କମିଟି ପକ୍ଷରୁ ୧୭ା୬ା୨୦୧୯ ସୁଦ୍ଧା ସମାଧାନର ପନ୍ଥା ବାହାର କରାଯିବ ବୋଲି ସୂଚନା ରହିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ବଡକାଳୀମାଟି ଗ୍ରାମବାସୀ ସୋମବାର ମଧ୍ୟରାତ୍ରିରୁ ଆମରଣ ଅନଶନ ଆରମ୍ଭ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri