ପ୍ରତିଶ୍ରୁତିରେ ଅଟକିଛି ଭିତ୍ତିଭୂମି ବିକାଶ

ଭଦ୍ରକ ଅଫିସ, ୪।୬ – ଭଦ୍ରକ ଜିଲାରେ ବେରୋଜଗାରି, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଅଭାବ ଭଳି ବିଭିନ୍ନ ସମସ୍ୟା ବସାବାନ୍ଧି ରହିଛି। ଜିଲାରେ ଭିତ୍ତିଭୂମି ବିକାଶ ଲାଗି ଆଖିଦୃଶିଆ ଯୋଜନା ହେଉନାହିଁ କି ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବା ସକାଶେ ରୋଜଗାରଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ହେଉନାହିଁ। କୃଷି ବିକାଶ ପାଇଁ ବୃହତ୍‌ ଜଳସେଚନ ପ୍ରକଳ୍ପ, କୃଷିଭିତ୍ତିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରାଯାଉନାହିଁ। କାମଧନ୍ଦା ଅଭାବରୁ ଅନେକ ଯୁବକ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛନ୍ତି। ଏହା ମଧ୍ୟରେ ଜିଲା ପୁନର୍ଗଠନକୁ ୨୬ ବର୍ଷ ବିତିଲାଣି। ହେଲେ ସମନ୍ବିତ ତଥା ବାସ୍ତବ ବିକାଶଠାରୁ ଜିଲା ବହୁ ଦୂରରେ ରହିଛି। ଏଥର ନିର୍ବାଚନରେ ସବୁ ଦଳ ଏହି ବିକାଶ ପ୍ରଶ୍ନକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିବାରୁ ନବନିର୍ବାଚିତ ପ୍ରତିନିଧିଙ୍କ ପାଇଁ ବିଭିନ୍ନ ସମସ୍ୟା ଏବେ ମୁଖ୍ୟ ଚ୍ୟାଲେଞ୍ଜ ହୋଇ ଉଭା ହେବ ବୋଲି ଚର୍ଚ୍ଚା ହେଉଛି।
ଭଦ୍ରକ ଜିଲା ଲୋକ ସଭା ଆସନ ଅଧୀନ ୫ଟି ବିଧାନସଭା କ୍ଷେତ୍ର ରହିଛି। ନିର୍ବାଚନ ଜିତିବା ପରେ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକର ପ୍ରମୁଖ ସମସ୍ୟାକୁ ପ୍ରାଥମିକତା ଦେଇ ସହରକୁ ସ୍ମାର୍ଟସିଟିରେ ପରିଣତ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଧାମନଗରରୁ ନିର୍ବାଚିତ ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି, ତାଙ୍କ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସମସ୍ୟା ରହିଛି। ସେ ବିଧାନସଭାରେ ଏ ନେଇ ଦାବି ଉଠାଇବେ। ଏହାର ସମାଧାନ ପ୍ରତି ଦୃଷ୍ଟି ଦିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ ନିଆଯିବ। ସମସ୍ୟାର ପ୍ରତିକାର ସାଙ୍ଗକୁ ବିକାଶମୂଳକ କାର୍ଯ୍ୟ ନ ହେବା ଲାଗି ନେତା ଓ ପ୍ରଶାସନ ମୁଖ୍ୟତଃ ଦାୟୀ। ନିର୍ବାଚନ ବେଳେ ଦିଆଯାଉଥିବା ପ୍ରତିଶ୍ରୁତିକୁ ପରେ ନେତାମାନେ ଭୁଲି ଯାଉଛନ୍ତି ବୋଲି ଆଇନଜୀବୀ ଗଦାଧର ବଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଭାଜପା ନେତା ମନମୋହନ ସାମଲ କହିଛନ୍ତି, ବିଜେଡି ଦୀର୍ଘବର୍ଷ ଶାସନରେ ରହିଥିଲେ ମଧ୍ୟ ଲୋକଙ୍କ ବାସ୍ତବ ସମସ୍ୟା ଦୂର ନ ହେବା ଏକ ବିଡ଼ମ୍ବନା। ଏହି ଦଳ କେବଳ କର୍ମୀ ଓ ଠିକାଦାରଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରହୁଛି।
ଜିଲାର ବିଭିନ୍ନ ସମସ୍ୟା ମଧ୍ୟରୁ ସ୍ବାସ୍ଥ୍ୟ ସମସ୍ୟା ଅନ୍ୟତମ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ମୁଖ୍ୟାଳୟରେ ଆବଶ୍ୟକ ଡାକ୍ତର ନାହାନ୍ତି। ଫଳରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନାହିଁ। ଶିକ୍ଷାନୁଷ୍ଠାନରେ ଶିକ୍ଷକ, ଅଧ୍ୟାପକ ମରୁଡ଼ି ଲାଗି ରହିଛି। ଜିଲାର ସର୍ବପୁରାତନ ଭଦ୍ରକ କଲେଜରେ ଅଧ୍ୟାପକ ଅଭାବ ଯୋଗୁ ଠିକ୍‌ଭାବେ ପାଠ ପଢ଼ାଯାଇ ପାରୁନାହିଁ। ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସକାଶେ ଦାବି ହେଉଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ସେହିପରି ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଜିଲାବାସୀଙ୍କ ଦାବି ଏଯାଏ ଅପୂରଣୀୟ ହୋଇ ରହିଛି।
ବର୍ତ୍ତମାନ ଖରାଦିନେ ଜିଲାର ଶତାଧିକ ଗଁାର ଲୋକେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଭଦ୍ରକ ସହରରେ ଏଯାଏ କୌଣସି ସ୍ଥାନରେ ଓଭରହେଡ୍‌ ପାଣିଟାଙ୍କି ବ୍ୟବସ୍ଥା ହୋଇନାହିଁ। ଜିଲାରେ ଅନେକ ପାନୀୟଜଳ ପ୍ରକଳ୍ପ ଅକାମୀ ହୋଇ ପଡ଼ିଛି। ଭଦ୍ରକ ସହର ଅମୃତ ଯୋଜନାରେ ସମ୍ପୃକ୍ତ ହୋଇଥିଲେ ବି ନାଳନର୍ଦ୍ଦମା ସମସ୍ୟାରୁ ସହରବାସୀ ମୁକୁଳି ପାରିନାହାନ୍ତି। ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ସହରରେ ଜବରଦଖଲକାରୀଙ୍କ ରାଜୁତି ବଢ଼ିଚାଲିଛି। ୩୦ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି ନୂଆ ବସ୍‌ଷ୍ଟାଣ୍ଡ। ଜିଲା ମୁଖ୍ୟାଳୟରେ ଅତ୍ୟାଧୁନିକ ଟ୍ରାଫିକ୍‌ ସିଗ୍‌ନାଲ୍‌ କିମ୍ବା ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହୋଇନାହିଁ। ଜିଲା ମୁଖ୍ୟ ଡାକ୍ତରଖାନା ସମ୍ପ୍ରସାରଣ ଓ ଜିଲା ଜେଲ୍‌ ପାଇଁ ସ୍ଥାନ ଚୟନ ହୋଇଥିଲେ ବି ନିର୍ମାଣ କାମ ଦୀର୍ଘବର୍ଷ ଧରି ଅଟକି ରହିଛି। ଭଦ୍ରକ ଷ୍ଟେଶନରେ କେତେକ ଦ୍ରୁତଗାମୀ ଟ୍ରେନ ଅଟକୁ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ପ୍ରାୟ ୨୫ ବର୍ଷ ଧରି ୨୩୭ ଏକର ଜମି ଅଧିଗୃହୀତ ହୋଇଥିଲେ ମଧ୍ୟ ଚିନି କାରଖାନା ପ୍ରତିଷ୍ଠା ହୋଇପାରିନାହିଁ।
ନଦୀ ନାଳଘେରା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଧାମରା ବନ୍ଦର ହେବା ପରେ ଜିଲାବାସୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଲୋକେ ଆଶା ରଖିଥିଲେ। ଏହା ଏବେ ନିରାଶାରେ ପରିଣତ ହୋଇଛି। ତିନିତର, ଧାନଖଣିଆ, ଚୌଧୁରୀ, ବାଲିଆପାଳ ଓ ବଁାଶଡ଼ା ଘାଟରେ ସେତୁ ନିର୍ମାଣ ହୋଇ ନ ଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ନଦୀ ପାର ହେଉଛନ୍ତି। ଏ ସବୁ ସ୍ଥାନରେ ସବୁବେଳେ କୁମ୍ଭୀର ଭୟ ଲାଗିରହୁଛି। ଉପକୂଳ ଅଞ୍ଚଳର ମାଟିତଳେ ଲୁଣିପାଣି ଜମାହୋଇ ରହୁଥିବାରୁ ଗଁା ଲୋକେ ବିଶୁଦ୍ଧ ପାନୀୟଜଳ ପାଇପାରୁନାହାନ୍ତି। ଚାନ୍ଦବାଲି ଭଳି ଧାମନଗରବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହିଁ। ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବ୍ରିଟିଶ ଅମଳରେ ନିର୍ମିତ କୋଷ୍ଟ କେନାଲ ଏକଦା ଜଳପଥ ପରିବହନ ସାଙ୍ଗକୁ ଜଳସେଚନ ସୁବିଧା ଯୋଗାଉଥିଲା। ଏହାର ପୁନରୁଦ୍ଧାର ନ ହେବାରୁ ସ୍ଥିତି ହରାଇବାକୁ ବସିଲାଣି। ଉପକୂଳ ଅଞ୍ଚଳରେ ବେଆଇନ ଚିଙ୍ଗୁଡି ପ୍ଲାଣ୍ଟ ଗଢ଼ିଉଠିଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି ମତ୍ସ୍ୟଜୀବୀଙ୍କ ପାଇଁ କୌଣସି ସ୍ଥାୟୀ ରୋଜଗାର ବ୍ୟବସ୍ଥା କରାଯାଉନାହିଁ। ଚୂଡ଼ାମଣି ବନ୍ଦର ନିର୍ମାଣ ସାଙ୍ଗକୁ ପଢୁଁଆ ଓ କଷିଆ ମାଛଧରା ଜେଟିର ପୁନରୁଦ୍ଧାର ଯୋଜନା ପ୍ରସ୍ତାବରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri