Categories: ଫୁରସତ

ପ୍ରତିଶୋଧ ନେବାକୁ ସ୍ବାମୀଙ୍କୁ ଦ୍ୱିତୀୟଥର ବିବାହ କଲେ ମହିଳା ଜଜ୍‌: ୧୦ ବର୍ଷ ଜେଲ୍‌ ସହ ୧.୨୫ କୋଟି ଜରିମାନା

ପ୍ୟାରିସ୍‌: ସାଧାରଣତଃ ଗୃହସ୍ଥ ଜୀବନ ବିତାଇବା ସହ ପରିବାର ବୃଦ୍ଧି ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ମହିଳା ପୁରୁଷ। କିନ୍ତୁ ଜଣେ ମହିଳା ପୂର୍ବ ସ୍ବାମୀଙ୍କ ପ୍ରତିଶୋଧ ନେବାକୁ ତାଙ୍କୁ ପୁନର୍ବାର ବିବାହ କରିଛନ୍ତି। ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସରେ। ତାହା ପୁଣି ସ୍ବାମୀଙ୍କ ବିନା ସହମତିରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କୁ ୧୦ ବର୍ଷ ଜେଲଦଣ୍ଡ ସହ ୧.୭୦ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧.୨୫ କୋଟି ଜରିମାନା ଦେବାକୁ ପଡ଼ିଛି।
ସ୍ଥାନୀୟ ଏକ ରିପୋର୍ଟ ଅନୁଯାୟୀ, ୫୮ ବର୍ଷୀୟା ଜଣେ ମହିଳା ଫ୍ରାନ୍ସର ହଟ୍‌ସ ଡି ସେନି କୋର୍ଟରେ ଜଜ୍‌ ଅଛନ୍ତି। ସଂପୃକ୍ତା ମହିଳା ଏହାର ଫାଇଦା ଉଠାଇ ବେନିୟମ ଭାବେ ମାର୍ଚ୍ଚ ୨୦୧୯ରେ ପୂର୍ବ ସ୍ବାମୀଙ୍କୁ ଦ୍ୱିତୀୟଥର ବିବାହ କରି ନେଇଛନ୍ତି। ସେ ଏମିତି କରିବାର କାରଣ ହେଲା ତାଙ୍କ ସ୍ବାମୀ ଜଣେ ଝିଅଙ୍କୁ ପ୍ରେମ କରୁଥିଲେ। ମହିଳା ଜଜ୍‌ ଚାହୁଁ ନ ଥିଲେ ତାଙ୍କ ସ୍ବାମୀ ପ୍ରେମିକାଙ୍କୁ ବିବାହ କରନ୍ତୁ ବୋଲି। ଏହି ଘଟଣା ଲୋକଲୋଚନକୁ ଆସିଲା ଯେତେବେଳେ ବିବାହ ପାଇଁ କୋର୍ଟରେ ରେଜିଷ୍ଟ୍ରେଶନ କରାଗଲା। ମହିଳା ଜଜ୍‌ ଜଣଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହା ସହିତ ଜଜ୍‌ଙ୍କୁ ଏଥିରେ ସହଯୋଗ କରିଥିବା ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଜେଲ୍‌ ପଠାଇ ଦିଆଯାଇଛି। ସ୍ଥାନୀୟ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଜାଲିଆତି ବିବାହ ବେଆଇନ ବୋଲି ବିବେଚନା କରାଯାଏ। ପ୍ରେମିକାଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି। ତେଣୁ ସେ ଯେଉଁଠି ଚାହିଁବେ ବିବାହ କରିପାରିବେ।

Share