ପ୍ରତିରୋଧ ଲାଗି ଜୋର୍‌ଦାର ପ୍ରୟାସ

କାମାକ୍ଷାନଗର/ଭୁବନ, ୨୨।୩(ଡି.ଏନ.ଏ.) – ଭାରତରେ କାୟାବିସ୍ତାର କରୁଛି କରୋନା ଭାଇରସ୍‌। ଏହାକୁ ରୋକିବାକୁ ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାବେଳେ ସଂକ୍ରମଣ ପ୍ରତିହତ କରିବାକୁ ସବୁସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ପ୍ରତିଦିନ ନୂଆ ଗାଇଡ୍‌ ଲାଇନ୍‌ ଜାରି ହେଉଛି। ଏହାକୁ ଜନମାନସରେ ପ୍ରଚାର କରିବା ଦାୟିତ୍ୱ ନେଇଛନ୍ତି ପ୍ରଶାସନିକ ଅଧିକାରୀ। ଅନ୍ୟପଟେ କରୋନାକୁ ନେଇ ଏବେ ଗଁ।ଠୁ ସହର ଯାଏ ଏକ ପ୍ରକାର ଅସ୍ବାଭାବିକ ମାହୋଲ ସୃଷ୍ଟି ହୋଇଛି। ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଏବଂ ଆଶଙ୍କା। ଏପରି ପରିସ୍ଥିତିର ମୁକାବିଲା କରିବାକୁ କରିବାକୁ ପିଲାଠୁ ବୟସ୍କ ଯାଏ ସଚେତନ ରହିବା ଜରୁରୀ ବୋଲି ଆହ୍ବାନ ଦିଆଯାଉଛି।
ସରକାରୀ ଗାଇଡ୍‌ ଲାଇନ୍‌ ଜାରି କରାଯିବା ପରେ କାମାକ୍ଷାନଗର ବ୍ଲକ ସଦରରେ ଶନିବାର ହାତ ଗଣତି ଗ୍ରୋସରି, ଔଷଧ ଦୋକାନକୁ ବାଦ୍‌ ଦେଲେ ଅନ୍ୟ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଥାନାଧିକାରୀ ଅଭିନବ ଡାଳୁଆ ସଦଳବଳ ସହରରେ ପଇଁତରା ମାରି ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଜଣାଇ ସମସ୍ତେ ଦୋକାନ ବନ୍ଦ କରିଥିଲେ। କର୍ମଚାରୀ ଆସୁ ନ ଥିବାରୁ ସରକାରୀ କାର୍ଯ୍ୟାଳୟ ଖଁ। ଖଁ। ଲାଗୁଥିଲା। ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ହାତଗଣତି ବସ୍‌ ଯାତ୍ରୀଶୂନ୍ୟ ଥିଲା। କେବଳ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଦ୍‌ଦେଲେ ସାରା ସହର ଦିନସାରା ଜନଶୂନ୍ୟ ଲାଗୁଥିଲା। ପ୍ରଶାସନ ପକ୍ଷରୁ ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ବ୍ୟବସାୟୀ, ଯାତ୍ରୀଙ୍କୁ କରୋନା ପ୍ରତିରୋଧୀ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ତହସିଲଦାର ସଞ୍ଜୟ ରାଉତ, ବିଡିଓ ବିକାଶ ମହାନ୍ତି, ଥାନାଧିକାରୀ ଅଭିନବ ଡାଳୁଆ, ଏନ୍‌ଏସି ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଭୁବନରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଦୋକାନ ବଜାରରେ ଅଧିକ ଗହଳି ନ କରିବା, ମାସ୍କ ବ୍ୟବହାର, ପରିଷ୍କାର ପରିଚ୍ଛନ୍ନ ରହିବା ନେଇ ତହସିଲଦାର ଶକ୍ତିକାନ୍ତ ରାଏ, ବିଡିଓ ଆଶୀର୍ବାଦ ପରିଡ଼ା, ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ, ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୋଦ ବରାଳ ପ୍ରମୁଖ ଜନତାଙ୍କୁ ସଚେତନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri