Categories: ଫୁରସତ

ପ୍ରଜାପତିର ଡେଣା

ସୂର୍ଯ୍ୟକିରଣରେ ସବୁ ଜିନିଷ ଗରମ ହୋଇଯାଏ। ଏକଥା ଆମେ ସମସ୍ତେ ଜାଣୁ। ହେଲେ ସୂର୍ଯ୍ୟକିରଣ ପ୍ରଜାପତିର ଡେଣାକୁ ଗରମ କରିପାରେନା। ପ୍ରଜାପତିର ଡେଣା ସବୁବେଳେ ଥଣ୍ଡା ରହିଥାଏ। ଏକଥା ନିକଟରେ କଲମ୍ବିଆ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ସୂର୍ଯ୍ୟକିରଣ ପ୍ରଭାବରୁ ବାୟୁମଣ୍ଡଳର ଉତ୍ତାପ ଯେତେ ବଢୁନା କାହିଁକି ପ୍ରଜାପତିର ଡେଣା କିନ୍ତୁ ଥଣ୍ଡା ରହିବ ହିଁ ରହିବ। ଏହାର କାରଣ ଦର୍ଶାଇବାକୁ ଯାଇ ସେମାନେ କହନ୍ତି ଯେ, ପ୍ରଜାପତିର ଡେଣାରେ ରହଛି ଗୋଟିଏ ନିର୍ଦ୍ଦିଷ୍ଟ ଧରଣର ଭେନ୍‌, ଯାହା ତା’ ଦେହକୁ ଇନ୍‌ସେକ୍ଟ ବ୍ଲଡ ପ୍ରବାହିତ କରାଏ। ପୁଣି ତା’ ଡେଣାରେ ଅଛି ଲକ୍ଷ ଲକ୍ଷ ‘ସେଣ୍ଟ ପ୍ୟାଚ୍‌’। ‘ସେଣ୍ଟ ପ୍ୟାଚ୍‌’ର କାମ ହେଉଛି ଏହା ଶରୀର ତାପମାତ୍ରାକୁ ବଢ଼ାଇବା ଏବଂ କମେଇବା। ପ୍ରଜାପତି ସୂର୍ଯ୍ୟକିରଣର ଉତ୍ତାପ ଅନୁଯାୟୀ ‘ସେଣ୍ଟ ପ୍ୟାଚ୍‌’ ଜରିଆରେ ନିଜ ଦେହର ତାପମାତ୍ରାକୁ ବେଶି କମ୍‌ କରିଥାଏ। ଏକଥା ଜଣାଯାଇଛି ଯେ, ଏହା ସୂର୍ଯ୍ୟକିରଣର ତାପମାତ୍ର ଠାରୁ ବି ବେଶି ପରିମାଣର ଉତ୍ତାପ ନିଜ ଦେହରେ ସୃଷ୍ଟି କରିପାରେ। ତେଣୁ ସୂର୍ଯ୍ୟକିରଣର କୌଣସି ପ୍ରଭାବ ତା’ ଦେହରେ ପଡ଼େନାହିଁ। ଫଳରେ ସୂର୍ଯ୍ୟ ଏହା ନିଜର ଦେହର ତାପମାତ୍ରାକୁ ସନ୍ତୁଳିତ ରଖିପାରେ। ଯେତେବେଳେ ଉତ୍ତପ ସୂର୍ଯ୍ୟକିରଣରେ ସମଗ୍ର ପୃଥିବୀ ତାତୁଥାଏ ସେତେବେଳେ ପ୍ରଜାପତି ତା’ ଦେହର ଉତ୍ତାପକୁ ସନ୍ତୁଳିତ ରଖି ବେଶ୍‌ ଥଣ୍ଡାରେ ରହିଥାଏ।

Share