ପୋଷ୍ଟ ଅଫିସ୍‌ରେ ମିଳିବ କ୍ଷୁଦ୍ର ଋଣ

ନୂଆଦିଲ୍ଲୀ,୩-୮: ଏନ୍‌ଡିଏ ସରକାର କ୍ଷମତାରେ ଫେରିବା ପରେ ପୋଷ୍ଟ ଅଫିସ୍‌ର କାୟାକଳ୍ପ ବଦଳିବାରେ ଲାଗିଛି। ଚିଠି, ପାର୍ସଲ ମନିଅର୍ଡର ବାଣ୍ଟୁଥିବା ପୋଷ୍ଟ ଅଫିସ ଆଜି ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବାରେ ଲାଗିଛି। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ(ଆଇପିପିବି) ଖୋଲିଯିବା ପରେ ପୋଷ୍ଟ ଅଫିସରେ ଅନ୍‌ଲାଇନ ବ୍ୟାଙ୍କିଙ୍ଗ୍‌ ସୁବିଧା ମିଳୁଛି। ପୋଷ୍ଟ ଅଫିସ ଏବେ ସେଭିଙ୍ଗସ୍‌ ଆକାଉଣ୍ଟ ଏବଂ ଫିକ୍ସଡ ଡିପୋଜିଟ ଭଳି ବ୍ୟାଙ୍କିଙ୍ଗ୍‌ ସେବା ଦେଉଥିବା ବେଳେ ଆଗାମୀ ଦିନରେ କ୍ଷୁଦ୍ର ଋଣ ପ୍ରଦାନ ସୁବିଧା ଯୋଗାଇଦେବ। ଏଣିକି ଆବଶ୍ୟକ ଥିବା ବେଳେ ଯେ କୌଣସି ବ୍ୟକ୍ତି ଖାତାଧାରୀ ହୋଇଥିଲେ ଋଣ ନେଇପାରିବେ। ଆଇପିପିବିକୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଭାବେ ପରିଚାଳିତ କରିବାକୁ ପୋଷ୍ଟାଲ ବିଭାଗ ନିଷ୍ପତ୍ତି ନେଇଛି। ଜୁଲାଇ ୨୯ରୁ ୩୧ ଯାଏ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ବାର୍ଷିକ ହେଡ୍‌ସ ଅଫ୍‌ ସର୍କଲ୍ସ କନ୍‌ଫରେନ୍ସରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନ୍ୟୁ ଇଣ୍ଡିଆ’ ପଦକ୍ଷେପ ସହ ତାଳ ଦେଇ କାର୍ଯ୍ୟ କରିବା ଲକ୍ଷ୍ୟରେ ପୋଷ୍ଟାଲ ବିଭାଗ ପକ୍ଷରୁ ୫ ବର୍ଷିୟା ଲକ୍ଷ୍ୟ ନେଇ ୧୦୦ ଦିନିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୋଷ୍ଟ ଅଫିସ ବର୍ତ୍ତମାନ ଗ୍ରାହକଙ୍କୁ ସେଭିଙ୍ଗସ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ଖୋଲିବା, ଗ୍ରୁପ୍‌ ଟର୍ମ ଇନ୍‌ସ୍ୟୁରାନ୍ସ, ବିଲ୍‌ ପେମେଣ୍ଟସ ଓ ରିଚାର୍ଜ, ରେମିଟାନ୍ସ ଆଣ୍ଡ ଫଣ୍ଡ ଟ୍ରାନ୍ସଫର, ଡୋରଷ୍ଟେପ୍‌ ବ୍ୟାଙ୍କିଙ୍ଗ୍‌, ଡିଓପି ପ୍ରଡକ୍ଟ ପେମେଣ୍ଟ ଓ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସୁବିଧା ଯୋଗାଇ ଦେଉଛି। ଆଇପିପିବି ଖାତାକୁ ପୋଷ୍ଟ ଅଫିସ୍‌ ଋଣ ସହ ଯୋଡାଯାଇପାରିବ। ତେବେ ପୋଷ୍ଟ ଅଫିସ୍‌ରେ ଖୋଲାଯାଇଥିବା ଆର୍‌ଡି


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri