Categories: ଜାତୀୟ

ପୋଷ୍ଟରରେ ଧମକ ନେଇ ଡିଜିପି କହିଲେ : ଆତଙ୍କବାଦୀଙ୍କ କଥା ଖୁବ୍‌ଶୀଘ୍ର ବୁଝିବୁ

ଜମ୍ମୁ/ଶ୍ରୀନଗର,୧୯ା୯(ପି.ଟି.): କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିକୁ ୪୫ ଦିନ ପୂରିଥିଲେ ହେଁ ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହୋଇପାରି ନାହିଁ। ସଶସ୍ତ୍ର ଆତଙ୍କବାଦୀମାନେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ପ୍ରଶାସନକୁ ଅବଜ୍ଞା କରିବା ଲାଗି ନାନା ଉପାୟ ଆପଣାଉଛନ୍ତି। ଦୋକାନବଜାର ନ ଖୋଲିବା ପାଇଁ ସେମାନେ ଲୋକଙ୍କୁ ଧମକ ଦେଉଛନ୍ତି। ବ୍ୟବସାୟୀଙ୍କୁ ଡରାଇ ଜୋରଜବରଦସ୍ତି ଦୋକାନ ବନ୍ଦ କରିଦେଉଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ପୋଷ୍ଟର ମାରି ସ୍ଥିତିକୁ ସଙ୍ଗିନ କରିବାରେ ଲାଗିଛନ୍ତି। ଏଭଳି ସମୟରେ ସ୍ଥିତି ହାତରୁ ଖସିଯିବାକୁ ବସିଥିବାବେଳେ ବୁଧବାର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍‌ ସିଂ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି। ଉପତ୍ୟକାବାସୀ ପାକିସ୍ତାନର ଅପପ୍ରଚାର ପ୍ରତି ଧ୍ୟାନ ଦେବା ଅନୁଚିତ। ସାଧାରଣ ଲୋକଙ୍କୁ ଧମକ ଦେଉଥିବା ଆତଙ୍କବାଦୀଙ୍କ କଥା ଆମେ ଖୁବ୍‌ଶୀଘ୍ର ବୁଝିବୁ। ସେମାନଙ୍କୁ ନିପାତ କରାଯିବ ବୋଲି ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି।

Share