Categories: ଫୁରସତ

ପୋଷା ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ପାଳନ୍ତି ଏହି ଜନଜାତି…

ପୃଥିବୀର ବିଭିନ୍ନଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଦାନରେ ବାସ କରୁଥିବା ମୁନ୍ଦରୀ ଜନଜାତି ପୋଷା ଗୃହପାଳିତ ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ଲାଳନପାଳନ କରିଥାନ୍ତି। ଏହି ଜନଜାତି ଗୋ ମୁତ୍ରରେ ମୁଣ୍ଡ ଧୋଇବାକୁ ପସନ୍ଦ କରନ୍ତି। ଏଥିରେ ଥିବା ଏମୋନିଆ ସେମାନଙ୍କ କେଶର ରଙ୍ଗ ପରିବର୍ତ୍ତନ କରିଦେଇଥାଏ। କୌଣସି ଉତ୍ସବ ଅବା ପର୍ବ ପର୍ବାଣୀ ପୂର୍ବରୁ ଏହି ଜନଜାତି ଗୋ ମୁତ୍ରରେ ମୁଣ୍ଡ ଧୋଇଥାନ୍ତି। ସେମାନେ ଗୃହପାଳିତ ପ୍ରାଣୀଙ୍କ ମେଳରେ ରାତିରେ ଶୋଇଥାନ୍ତି। ପୋଷାଜୀବଙ୍କୁ ଜୀବନର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସେମାନେ ସାମିଲ୍‌ କରିବା ସହିତ ତାଙ୍କର ଭାରି ଯତ୍ନ ମଧ୍ୟ ନିଅନ୍ତି। ଏଠାରେ ଦିନସାରା ପ୍ରାୟତଃ ପ୍ରବଳ ଗରମ ହୋଇଥାଏ। ତେଣୁ ପୋଷା ପ୍ରାଣୀଙ୍କ ଶରୀରକୁ ଥଣ୍ଡା ରଖିବା ପାଇଁ ଏହି ଜନଜାତି ସେମାନଙ୍କ ଦେହରେ କାଦୁଅ ବୋଳିଥାନ୍ତି। ପୋଷା ପ୍ରାଣୀର ମୃତ୍ୟୁରେ ସେମାନେ ମନଦୁଃଖରେ କନ୍ଦାକଟା କରିଥାନ୍ତି।

Share