ପୋଷାକୁକୁର ମୃତ୍ୟୁରେ ବିରୁଷ୍କା ଦୁଃଖୀ

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ତଥା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ପୋଷାକୁକୁର ମୃତ୍ୟୁରେ ଗଭୀର ମର୍ମାହତ। ଏହି କୁକୁରର ନାମ ବ୍ରୁନୋ। ଏହା ବିଗଲ ପ୍ରଜାତିର। ବୁଧବାର ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ବ୍ରୁନୋର ମୃତ୍ୟୁଖବର ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଭଗବାନ ବ୍ରୁନୋର ଆତ୍ମାକୁ ଶାନ୍ତି ଦିଅନ୍ତୁ। ସେପଟେ ବିରାଟ ଲେଖିଛନ୍ତି ଯେ, ୧୧ବର୍ଷ ଜୀବନକାଳ ମଧ୍ୟରେ ସେ ଆମ ସହିତ ସାରା ଜୀବନର ସମ୍ପର୍କ ଯୋଡ଼ି ଦେଇଯାଇଛି। ସେ ଆମ ପରିବାରର ଜଣେ ସଦସ୍ୟ ଥିଲା। ତେବେ ଅନୁଷ୍କା ଏବଂ ବିରାଟ ବ୍ରୁନୋ ସହିତ ବହୁତ କ୍ଲୋଜ ଥିଲେ। ଅନୁଷ୍କା ସବୁବେଳେ ତା’ ସହିତ ଫଟୋ ମଧ୍ୟ ଛାଡ଼ୁଥିଲେ। ତେବେ ବିରାଟ ବ୍ରୁନୋ ପାଇଁ ଦୁଃଖୀ ହୋଇଯାଇଛନ୍ତି। ସୂଚନାଥାଉ କି ସେମାନଙ୍କ ପାଖରେ ଆଉ ଏକ ଲାବ୍ରାଡର ପ୍ରଜାତିର କୁକୁର ଅଛି। ଯାହାର ନାମ ଡ୍ୟୁଡ୍‌। ନିକଟରେ ଅନୁଷ୍କା ଡ୍ୟୁଡ୍‌କୁ ଧରି ଏକ ଫଟୋ ଶେୟାର କରି ଲେଖିଥିଲେ ଯେ, ବିଶ୍ୱ ଏବେ କରୋନା ପାଇଁ ଲଢ଼େଇ କରି ଚାଲିଛି। ଆମେ ଏହି କଷ୍ଟର ଦିନକୁ ଅତି ଶୀଘ୍ର ହିଁ ପାର କରିବା।

Share