ପୋଲିସ ନେଲାନି ପଦକ୍ଷେପ: ଥାନା ସମ୍ମୁଖରେ ଧାରଣା ଦେଲେ ଦିବ୍ୟାଙ୍ଗ

ତିହିଡ଼ି,୨୯।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ସମ୍ମୁଖରେ ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଧାରଣା ଦେଇଛନ୍ତି। ସେ ହେଲେ ବାରୋ ପଞ୍ଚାୟତ ଅଧୀନ ରାଧାନଗର ଗ୍ରାମର ଅଜୟ କୁମାର ଦାସ। ଗତ ୧୪ ତାରିଖରେ ଅଜୟଙ୍କୁ ଗ୍ରାମର କେତେକ ବ୍ୟକ୍ତି ଗାଳିଗୁଲଜ କରିବା ସହ ଟେକାପଥର ମାଡ଼ କରିଥିଲେ। ଏ ସମ୍ପର୍କରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସେ ଅସନ୍ତୁଷ୍ଟ ହୋଇ ଧାରଣା ଦେଇଥିବା ଜଣାପଡ଼ିଛି।