Categories: ଜାତୀୟ

ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭିସି କାର୍ଯ୍ୟାଳୟ ଘେରାଓ କଲେ ଛାତ୍ର

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିର ଛାତ୍ରମାନେ ସୋମବାର କୁଳପତିଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି। କୁଳପତି ନଜମା ଅଖତରଙ୍କ କାର୍ଯ୍ୟାଳୟ ବାହାରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଛନ୍ତି। ଏଥିରେ ପରୀକ୍ଷା ତାରିଖକୁ ପୁନଃନିର୍ଦ୍ଧାରଣ, ପୋଲିସ ବିରୋଧରେ ଏତଲା ରୁଜୁ ଏବଂ ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଛାତ୍ରମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟରେ ଡିସେମ୍ବର ୧୫ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ହିଂସା ଦେଖାଦେଇଥିଲା। ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ପୋଲିସ କ୍ୟାମ୍ପସ୍‌ ଭିତରକୁ ପ୍ରବେଶ କରି ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହାକୁ ବିରୋଧ କରି ଛାତ୍ରମାନେ ସୋମବାର ବିକ୍ଷୋଭ କରିବା ସହ କୁଳପତିଙ୍କୁ ଏନେଇ ଜବାବ ତଲବ କରିଛନ୍ତି। ଅପରପକ୍ଷେ ବିଶ୍ୱବିଦ୍ୟାଳୟର କିଛି ଶିକ୍ଷକ ଛାତ୍ରଙ୍କ ସହ ଆଲୋଚନା କରି ବୁଝାଇବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ଛାତ୍ରମାନେ ନିଜ ଜିଦ୍‌ରେ ଅଟଳ ରହି କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି।

Share