ପୋଲିସ ଉପସ୍ଥିତିରେ ଟଳିଲା ବ୍ଲକ, ବ୍ୟାଙ୍କ ବିବାଦ

ଖଇରା, ୨୮।୬(ଡି.ଏନ.ଏ.)-ଖଇରା ବ୍ଲକର କେତେକ କର୍ମଚାରୀ ଓ ଖଇରା ଷ୍ଟେଟ ବ୍ୟାଙ୍କ ଶାଖାର ପରିଚାଳକ ବିଷ୍ଣୁ ମୋହନ ମହାପାତ୍ରଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସମାଧାନ ହୋଇଛି ା ଗରୁବାର ପୂର୍ବାହ୍ନରେ ପ୍ରଥମେ ଖଇରା ଥାନା ଏଏସ୍‌ଆଇ ବାସୁଦେବ ମହାନ୍ତି ବ୍ୟାଙ୍କ ଶାଖା ପରିସରକୁ ଯାଇ ବୁଧବାର ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ା ଏଥିରେ ପ୍ରଥମେ ୨ଟା ୦୧ ମିନିଟରେ ବ୍ଲକ କ୍ୟାଶିୟର ମାନଭଞ୍ଜନ ମହାପାତ୍ର ଅନ୍ୟ ବ୍ୟାଙ୍କର ପାସ୍‌ବୁକ ନେଇ ପ୍ରିଣ୍ଟ କରିବାକୁ ଚାହୁଁଥିବା ବେଳେ ବ୍ୟାଙ୍କ କର୍ମଚାରୀ ଓ ପରିଚାଳକ ମହାପାତ୍ରଙ୍କ ମଧ୍ୟରେ ଯୁକ୍ତତର୍କ ହେଉଥିବାର ଦେଖାଯାଇଥିଲା ା ପରେ ୨ଟା ୩୦ମିନିଟରେ କ୍ୟାଶିୟରଙ୍କ ସହିତ ଅନ୍ୟ ୨ କର୍ମଚାରୀ ବ୍ୟାଙ୍କ ଭିତରକୁ ଆସି ପ୍ରଥମେ ଶାଖା ପରିଚାଳକଙ୍କୁ ଘେରି ପାଟିତୁଣ୍ଡ ଗଣ୍ଡଗୋଳ କରିବାକୁ ଉଦ୍ୟମ କରୁଥିବା ବେଳେ ଶାଖା ପରିଚାଳକ ସେମାନଙ୍କୁ ଠେଲି ବାହାରକୁ ବାହାର କରିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ଅପରାହ୍ନରେ ସମାଧାନ ପାଇଁ ବ୍ଲକ ପରିସରରେ ଅନୁଷ୍ଠିତ ବୈଠକରେ ଘଟଣାରେ ସମ୍ପୃକ୍ତ ଥିବା ବ୍ଲକ କର୍ମଚାରୀ ମାନଭଞ୍ଜନ ମହାପାତ୍ର, ରୋହିଣିନନ୍ଦନ ସେନ, ମାଧବ ଦାଶ, ବିଡିଓ ମହେଶ ଚୌଧୁରୀ, ଶାଖା ପରିଚାଳକ ମହାପାତ୍ର, ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ, ଡବ୍ଲ୍ୟୁଇଓ ତ୍ରିଦେବ ବରାଳ ଓ କେତେକ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତିରେ ବିବାଦର ସମାଧାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri