ପୋଲିସ ଆଇଜିଙ୍କ ବାରିପଦା ଗସ୍ତ

ବାରିପଦା ଅଫିସ,୨୦ା୯- ଉତ୍ତରାଞ୍ଚଳ ପୋଲିସ ଆଇଜି ଦୀପ୍ତେଶ ପଟ୍ଟନାୟକ ଗୁରୁବାର ଦିନିକିଆ ମୟୂରଭଞ୍ଜ ଜିଲା ବାରିପଦା ଗସ୍ତରେ ଆସିଥିଲେ। ଏହି ଅବସରରେ ଜିଲା ପୋଲିସ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ପୋଲିସ ଅଧିକାରୀମାନଙ୍କୁ ନୀତି ଓ ନୈତିକତାର ପାଠ ପଢ଼ାଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ମୋ ସରକାରର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସଙ୍କ ସମେତ ଏସଡିପିଓ, ଜିଲାର ସମସ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ।