ପୋଲିସଙ୍କୁ ମାଗଣାରେ ଚା, ବିସ୍କୁଟ୍‌ ବାଣ୍ଟିଲେ ଧୀରେନ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣରୁ ରୋକିବା ଲାଗି ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଫଳରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବାକୁ ନିବେଦନ କରାଯାଇଥିବାବେଳେ ପୋଲିସ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତାମାନଙ୍କୁ ସଚେତନ କରିବାକୁ କୁହାଯାଇଛି। ଯଦ୍ୱାରା ପୋଲିସ ଓ ଖବରଦାତାମାନେ ଦିନତମାମ ଖରାରେ ଛିଡ଼ା ହୋଇ ଲୋକଙ୍କୁ ବାହାରକୁ ନ ଯିବାକୁ ସତର୍କ କରାଇବା ସହ ନିଜ କର୍ତ୍ତବ୍ୟ ତୁଲାଉଛନ୍ତି। ଏପରି କ୍ଷେତ୍ରରେ ସେମାନଙ୍କ ମନକୁ ସ୍ଥିର ରଖିବା ପାଇଁ ଭୁବନେଶ୍ୱରର ଜଣେ ଚା’ ଦୋକାନୀ ମହାନତା ଦେଖାଇଛନ୍ତି। ସେ ଭୁବନେଶ୍ୱରର ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀମାନଙ୍କୁ ମାଗଣାରେ ଚା’ ଓ ବିସ୍କୁଟ ଦେଉଥିବାର ଦେଖିବାକୁ ମିଳିଛିି। ସେ ହେଉଛନ୍ତି ମାଷ୍ଟରକ୍ୟାଣ୍ଟିନରେ ଚା’ ଦୋକାନ କରିଥିତ୍ବା ଧୀରେନ ବାରିକ। ତେବେ ଲକଡାଉନ ଯୋଗୁ ତାଙ୍କ ଦୋକାନ ଏବେ ବନ୍ଦ ରହିଛି। ତେଣୁ ସେ ଘରେ ଚା’ ପ୍ରସ୍ତୁତ କରିବା ପରେ ବାଇକ୍‌ରେ ବୁଲି ପୋଲିସ କର୍ମଚାରୀମାନଙ୍କୁ ଚା’ ଏବଂ ବିସ୍କୁଟ ଦେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ ପିନ୍ଧି ସେ ଚା’ ଦେବାକୁ ଯାଉଛନ୍ତି। ଏଥିପାଇଁ ପୋଲିସ କର୍ମଚାରୀମାନେ ପଇସା ଦେଲେ ମଧ୍ୟ ସେ ନେଉ ନାହାନ୍ତି। ଏ ନେଇ ଧୀରେନ କୁହନ୍ତି, ଲକଡାଉନ ଯୋଗୁ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ କାର୍ଯ୍ୟ କରୁଥିବା ପୋଲିସ ଓ ମିଡିଆ ଭାଇମାନେ ବହୁତ ହଇରାଣ ହେଉଛନ୍ତି। ତେଣୁ ମୁଁ ଚିନ୍ତା କଲି ତାଙ୍କ ପାଖରେ ଚା’ ପହଞ୍ଚାଇଲେ ସେମାନେ ଆଉ କିଛି ସମୟ ଭଲରେ ଡିୟୁଟି କରିପାରିବେ ଏବଂ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇପାରିବେ। ସେହିପରି ଜଣେ ପୋଲିସ କର୍ମଚାରୀ କହିଛନ୍ତି, ଏଭଳି ସମୟରେ ଧୀରେନ ଆମ ପାଖରେ ଚା’ ଟିକେ ପହଞ୍ଚାଉଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri