ପୋଲରେ ଧକ୍କାଦେଇ ୨୦ ଫୁଟ ତଳକୁ ଖସିଲା ଡମ୍ପର: ଚାଳକ ମୃତ

ବଡବିଲ,୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ୧୦ ନଂ. ରାଜ୍ୟ ରାଜପଥର ଡାକ ବଙ୍ଗଳା ଛକ ଗୁଣ୍ଡିଚା ମନ୍ଦିର ନିକଟ ପୋଲ ଉପରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ପୋଲକୁ ଧକ୍କା ଦେଇ ଏକ ଡମ୍ପର ପ୍ରାୟ ୨୦ ଫୁଟ୍‌ ତଳକୁ ଖସିଯିବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାଡଖଣ୍ଡ କୋଟଗଡ ଅଞ୍ଚଳର କାନୁ ପୂର୍ତ୍ତି(୨୬) । ଖବରପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଚଳାଇଛି।