ପୋତି ହେଲାଣି ସାଗର

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ରାଜତ୍ୱ ସମୟରେ ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଅନେକ ସାଗର ପ୍ରତିଷ୍ଠା ହୋଇଥିଲା। ଯାହାକୁ ନେଇ ଏହି ସହର ଦିନେ ସାଗରର ସହରଭାବେ ସମଗ୍ର ଓଡ଼ିଶାରେ ବେଶ୍‌ ପରିଚିତ ଥିଲା। ରାମ ସାଗର, ସୀତା ସାଗର, କୃଷ୍ଣ ସାଗର ସମେତ ୭ ବିରାଟକାୟ ସାଗର(ପୋଖରୀ) ରହିଥିଲା। ଜିଲାରେ କୃଷି କ୍ଷେତ୍ରରେ ଜନସେଚନର ସୁବିଧା ପାଇଁ ଏହି ଉତ୍ସଗୁଡ଼ିକୁ ରାଜା ପ୍ରତିଷ୍ଠା କରିଥିଲେ। ଏହାଦ୍ୱାରା କେବଳ ପାରଳା ସହର ସମେତ ଉପକଣ୍ଠ ଅଞ୍ଚଳର ଚାଷୀଙ୍କ ପାଇଁ ଜଳସେଚନର ପ୍ରମୁଖ ଉତ୍ସ ହୋଇଥିଲା। ରାମ ସାଗର, କୃଷ୍ଣ ସାଗରର ଜଳକୁ ଜଳସେଚନ ପାଇଁ ବ୍ୟବହାର କରି ଜିଲାର କେରାଣ୍ଡି, ପୁରୁଣାକେରାଣ୍ଡି, ଦେବିତୀ, ବି. ସୀତାପୁର, ଦୋନୁରୁ, ରାମଚନ୍ଦ୍ରପୁର, ଗଣ୍ଡାହାତୀ, ସିଙ୍ଗିପୁର, ଉପଲଡ଼ା, ମାଛମରା ଆଦି ଗ୍ରାମବାସୀ ନିର୍ଭର କରିଆସୁଥିଲେ। ସାଗରଗୁଡ଼ିକର ସଂଯୋଗୀକରଣ ମାଧ୍ୟମରେ ଅଞ୍ଚଳର ସମସ୍ତ ଚାଷୀ ଏଥିରୁ ଉପକୃତ ହେଉଥିଲେ। ଭଲ ଫସଲ ଅମଳ ଜିଲା ପାଇଁ ସମୃଦ୍ଧି ଆଣିବାରେ ସଫଳ ହୋଇଥିଲା। ସାଗର ଜଳ ଦ୍ୱାରା ଅଞ୍ଚଳର ମତ୍ସ୍ୟଜୀବୀ ମଧ୍ୟ ବେଶ୍‌ ଲାଭବାନ ହେଉଥିଲେ। ହେଲେ ଏବେ ସେଥିମଧ୍ୟରୁ ବହୁ ସାଗର ପୋତିହେବାକୁ ବସିଲାଣି। ଚାଷୀଙ୍କ ସୁନା ଫଳାଇବାର ସେହି ମାଧ୍ୟମ (ସାଗର)ଗୁଡ଼ିକ ଏବେ ବିଲୁପ୍ତ ଅବସ୍ଥାରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିରାଟକାୟ ସୀତା ସାଗର ସୀମାନ୍ତ ଆନ୍ଧ୍ର ପ୍ରଦେଶ ସହ ସଂଲଗ୍ନ ରହିଛି। ତାହା ଏବେ ସମ୍ପୂର୍ଣ୍ଣ ବିଲୁପ୍ତ ଅବସ୍ଥାରେ ରହିଛି। ଏହି ସାଗରର କିଛି ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲରେ ରଖି ବ୍ୟବସାୟରେ ଲଗାଇଛନ୍ତି। ସେହିପରି ରାମ ସାଗରର ସୌନ୍ଦର୍ଯ୍ୟକରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟକରଣ କିମ୍ବା ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନି। ଏହା କେବଳ ନଥିପତ୍ରରେ ସୀମିତ ରହିଯାଉଛି। ସାଗରଗୁଡ଼ିକର ଅଧଃପତନ ଯୋଗୁ ଐତିହାସିକ ପାରଳାଖେମୁଣ୍ଡି ସହର ଏବେ ଶ୍ରୀହୀନ ହୋଇଛି। ଅଞ୍ଚଳର କୃଷକମାନେ ଏବେ ଜଳସେଚନ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୃଷିକ୍ଷେତ୍ର ପାଇଁ ବର୍ଷାଜଳ ହିଁ ଏକମାତ୍ର ସାହା ହୋଇଛି। ତେଣୁ ଜିଲାରେ ରହିଥିବା ଏହି ଜଳଉତ୍ସଗୁଡ଼ିକର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇପାରିଲେ ପୁଣି ଜିଲାର ଚାଷ ଓ ଚାଷୀଙ୍କ ଉନ୍ନତି ଘଟିବା ସହ ଜିଲାର ବିକାଶ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।
– ରଶ୍ମିରଞ୍ଜନ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri