ପୋତି ଦିଆଯାଉଛି ନଦୀ ଅବବାହିକା: ସଙ୍କୁଚିତ ହେଉଛି ଗଙ୍ଗୁଆ, ଝରିଆ ନଦୀ

ପୁରୁଣା ଭୁବନେଶ୍ୱର/ଜଟଣୀ, ୧୨।୧୦ (ଡି.ଏନ.ଏ.): ରାଜଧାନୀରେ ଜନସଂଖ୍ୟା ବଢୁଛି। ସେହି ଅନୁପାତରେ ଆବଶ୍ୟକ ସଂଖ୍ୟକ ଗୃହ ନିର୍ମାଣ ହେଉଛି। ବିଲଡରମାନେ ଗୃହ ପାଇଁ ସରକାରୀ କର୍ମଚାରୀଙ୍କୁ ହାତ କରି ବିଭିନ୍ନ ପ୍ରାକୃତିକ ଜଳଉତ୍ସ ଓ ନଦୀ ଅବବାହିକା ପୋତି ଦେଉଥିବାରୁ ଏହା ସଙ୍କୁଚିତ ହୋଇଗଲାଣି। ନଦୀ ଓ ନାଳଠାରୁ ଏକ ନିର୍ର୍ଦ୍ଦିିଷ୍ଟ ଦୂରତା ମଧ୍ୟରେ କୌଣସି ନିର୍ମାଣ ହେବନାହିଁ ବୋଲି ସରକାରୀ କଟକଣା ରହିଛି। ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ତାଗିଦ୍‌ କରିଛନ୍ତି। ହେଲେ ଏସବୁ ନୀତିନିୟମ କେବଳ କାଗଜକଲମରେ ରହିଯାଉଛି। ସମ୍ପ୍ରତି ଗଙ୍ଗୁଆ ନଦୀ ଏହାର ଜ୍ୱଳନ୍ତ ଉଦାହରଣ। ଏକଦା ଗନ୍ଧବତୀ ନଦୀ ନାମରେ ଖ୍ୟାତି ଥିବା ଏହି ଜଳଉତ୍ସଟି ବର୍ତ୍ତମାନ ସତ୍ତା ହରେଇଲାଣି। ନଦୀର ଉଭୟପାର୍ଶ୍ୱ ପଠା ଜବରଦଖଲ ହୋଇସାରିଛି। ନୂତନ ଭାବେ ଅନେକ କଲୋନୀ ଗଢ଼ି ଉଠିଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ସଙ୍କୁଚିତ ହୋଇଗଲାଣି। ଅନ୍ୟପକ୍ଷେ ରାଜଧାନୀର ମୁଖ୍ୟ ୯ଟି ଡ୍ରେନ ସଂଯୋଗ ଯୋଗୁ ଏହା ପ୍ରଦୂଷିତ ନାଳର ଆଖ୍ୟା ପାଇଲାଣି। ସେହିଭଳି ରାଜଧାନୀ ନିକଟ ଝରିଆ ନଦୀ, ଯାହାକି ପ୍ରଧାନସାହି, ବିରିବନ୍ଧ, ଜାମୁକୋଳି ଆଦି ଗ୍ରାମ ଦେଇ ଗଙ୍ଗୁଆରେ ମିଶିଛି। ପ୍ରାକୃତିକ ଜଳଉତ୍ସଗୁଡିକର ମଧ୍ୟ ଗଙ୍ଗୁଆ ନଦୀ ଭଳି ଅନୁରୂପ ଅବସ୍ଥା ପାଲଟିଛି। ଅବବାହିକା ପୋତା ହୋଇଯିବା, ବେଆଇନ ନିର୍ମାଣ କାରଣରୁ ଝରିଆ, ଚାନ୍ଦୁଆ ନଦୀ ଗତିପଥ ବଦଳାଇ ଚାଷୀ ଓ ଚାଷ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଚାଷୀମାନେ କହିଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ବିରିବନ୍ଧ ନିକଟରେ ଝରିଆ ନଦୀରେ ୨ ଟି ଚେକ୍‌ ଡ୍ୟାମ ନିର୍ମାଣ ଅଧାପନ୍ତରିଆ ଭାବେ ପଡିରହିଛି। ଚାଷୀ ବନ୍ୟାଦାଉରୁ ରକ୍ଷା ପାଇ ପାରୁନାହାନ୍ତି। ଏଣୁ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ ଜଳସେଚନର ଉନ୍ନତି କରିବାକୁ ଗଙ୍ଗୁଆ, ଝରିଆ ଓ ଚାନ୍ଦୁଆ ନଦୀ କୂଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri