ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନଗଲା

ପଦ୍ମପୁର,୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଏକର ସାହି ଗ୍ରାମ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅର୍ଜୁନ ସେନାପତି (୭୫)। ମଙ୍ଗଳବାର ରାତିରେ ଅର୍ଜୁନ ଶୌଚହେବା ପାଇଁ ଯାଇ ଘରକୁ ଫେରି ନ ଥିଲେ। ପରିବାରଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥଲେ। ବୁଧବାର ପୋଖରୀରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି।