ପୋଖରୀରେ ବୁଡ଼ି ଚାଷୀ ମୃତ

ରଣପୁର,୧୮।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଗୋଡିକିଲୋ ଗ୍ରାମରେ ଶନିବାର ପୋଖରୀରେ ବୁଡି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଦିବାକର ନାୟକ (୫୦)। ସେ ଚାଷ କାର୍ଯ୍ୟ ସାରି ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ।
ଯେ, ଶନିବାର ସକାଳୁ ବିଲରେ ଧାନ ରୋଇବା ପାଇଁ ଦିବାକର ଘରୁ ବାହାରି ଯାଇଥିଲେ। ସେଠାରେ ଚାଷ କାର୍ଯ୍ୟ ସାରି ଆମ୍ବଝର ଗ୍ରାମରେ ଥିବା କନ୍ଦଲା ପୋଖରୀକୁ ଗାଧୋଇବା ପାଇଁ ଅପରାହ୍ନ ସାଢେ ୨ଟାରେ ଯାଇଥିଲେ । ସେ ଘରକୁ ଫେରିବାରେ ଡେରି ହେବାରୁ ପରିବାର ଲୋକମାନେ ବିଲକୁ ଯାଇଥିଲେ ମଧ୍ୟ ସେଠାରେ ସେ ନ ଥିବାରୁ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ । ଗ୍ରାମରେ ଏକଥା ପ୍ରଚାର ହେବାରୁ ଗ୍ରାମବାସୀ ଦିବାକରଙ୍କୁ ଖୋଜିବାକୁ ପରିବାର ଲୋକଙ୍କୁ ସାହାଯ୍ୟ କରିଥିଲେ । କିଛି ଲୋକ ଆମ୍ବଝର ଗ୍ରାମ ପୋଖରୀ ହୁଡାରେ ଲୁଗା ଓ ଫାଉଡା ଦେଖି ସେ ପୋଖରୀରେ ବୁଡିଯାଇଥିବା ସନ୍ଦେହ କରିଥିଲେ। ଗ୍ରାମର କିଛି ଯୁବକ ପୋଖରୀରେ ପଶି ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଦିବାକରଙ୍କ ମୃତଦେହ ଉଦ୍ଧାର କରିଥିଲେ । ଗୋଡ ଖସିଯିବାରୁ ଦିବାକର ପୋଖରୀରେ ବୁଡି ଯାଇଥିବା ଓ ପହଁରା ଜାଣି ନ ଥିବାରୁ କୂଳକୁ ଆସି ପାରି ନ ଥିବା ଅନୁମାନ କରାଯାଉଛି। ରଣପୁର ପୋଲିସ ଶବ ଜବତ କରିବା ସହିତ ଥାନାରେ ୧୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।