ପୋଖରୀରେ ଓଲଟିଲା ମିନିବସ୍‌: ଡ୍ରାଇଭରଙ୍କ ସମେତ ୧୩ ଆହତ

ପରଜଙ୍ଗ, ୧୪।୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଗଁ। ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମିନିବସ୍‌ (ନଂ. ଓଡ଼ି ୩୫ ବି ୩୪୨୬) ଭାରସାମ୍ୟ ହରାଇ ଖଣ୍ଡିଆବନ୍ଧ ପୋଖରୀକୁ ଓଲଟିପଡ଼ିଛି। ଏଥିରେ ଡ୍ରାଇଭରଙ୍କ ସମେତ ୧୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।
ଉକ୍ତ ମିନିବସ୍‌ଟି ନୂଆଗଁ। ଶିଶୁ୍‌ମନ୍ଦିରରେ ନିୟୋଜିତ ହୋଇଛି। ଶୁକ୍ରବାର ଅପରାହ୍ନରେ ଶୁଦ୍ଧିକ୍ରିୟା କାମ ପାଇଁ ଚାଇଁପାଳ ଖୁଲୁଆ ଗ୍ରାମର ୧୨ଜଣ ଯାତ୍ରୀ ଉକ୍ତ ବସ୍‌ରେ ପରଜଙ୍ଗ ଥାନା କୁନ୍ଦନଦେଈପୁର ଗ୍ରାମକୁ ଯାଉଥିଲେ। ଏହି ସମୟରେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ପହଞ୍ଚତ୍ ପାଣି ଭିତରୁ ଯାତ୍ରୀ ଏବଂ ଚାଳକଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏ ନେଇ ଡ୍ରାଇଭର ଅକ୍ଷୟ ଗଡ଼ନାୟକ କୁହନ୍ତି, ଗାଡ଼ି ଚଳାଉଥିବାବେଳେ ହଠାତ୍‌ ତାଙ୍କର ମୁଣ୍ଡ ଘୂରାଇଥିଲା। ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଛି। ପ୍ରମୋଦ ପଟ୍ଟନାୟକ, ବିରଞ୍ଚତ୍ ସାମଲ, ଗୋପୀ ମହାନ୍ତି, ଛବି ମହାନ୍ତି, ଶିଖର ମହାନ୍ତି, ରଘୁ ମହାନ୍ତି, ରଣ ମହାନ୍ତି, ଦିବାକର ମହାନ୍ତି ପ୍ରମୁଖ ୧୨ଜଣ ଚିକିତ୍ସା ପରେ ଫେରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।