ପୋକତୁଙ୍ଗା ଡମସାହିରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା; ଦୂଷିତ କୂଅ ପାଣି ମୁଖ୍ୟ କାରଣ

ବନ୍ତଳା,୭।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ପ୍ରତିନିଧି ଦଳ ବୁଧବାର ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପୋକତୁଙ୍ଗା ଗ୍ରାମକୁ ଯାଇ ଆକ୍ରାନ୍ତଙ୍କୁ ଭେଟିଛନ୍ତି। ଏଥିସହ ଝାଡାବାନ୍ତି ବ୍ୟାପିବାର କାରଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସାହି ମଝିରେ ଥିବା ଏକ ଖୋଲା କୂଅର ଦୂଷିତ ପାଣି ଗ୍ରାମବାସୀ ବ୍ୟବହାର କରୁଥିବାରୁ ଏହା ବ୍ୟାପୁଥିବା ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ମଙ୍ଗଳବାର ୨୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ଆଉ ୬ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଛବି ବେହେରା (୬୫), ସ୍ବାଧୀନ ବେହେରା(୧୪), ସୁବ୍ରତ ବେହେରା(୧୬), ସାଇ ବେହେରା(୪), ଶିଖା ବେହେରା(୨), ଭରତ ବେହେରା(୮୦)।
ଗ୍ରାମକୁ ଯାଇଥିବା ସ୍ବାସ୍ଥ୍ୟ ଟିମ୍‌ରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ରାକେଶ ସାହୁ, ଏପିଡେମିଓଲୋଜିଷ୍ଟ ଡ. ବିନୋଦ ସାହୁ, ମାଇକ୍ରୋ ବାୟୋଲୋଜିଷ୍ଟ ଡ. ଏସ୍‌. ଏସ୍‌. ତ୍ରିପାଠୀ, ଆଟେଣ୍ଡାଣ୍ଟ ସତ୍ୟରଞ୍ଜନ ଦାଶ, ଜିଲା ସୁପରଭାଇଜର ଋଷି କୁମାର ବେହେରା, ପ୍ରୋଗ୍ରାମ ମ୍ୟାନେଜର ରୋଜାଲିନ ସାହୁ, ପୁରୁଷ ସୁପରଭାଇଜର ସତ୍ୟସୁନ୍ଦର ଦାସ, ଆକାଶ କୁମାର ଦେହୁରୀ, ଏଏନଏମ୍‌ ସଂଯୁକ୍ତା ସାହୁ, ଆଶାକର୍ମୀ ଅସକରା ସାହୁ ପ୍ରମୁଖ ଆକ୍ରାନ୍ତଙ୍କ ଘରକୁ ଯାଇ ଝାଡାବାନ୍ତିର କାରଣ ଅନୁଧ୍ୟାନ କରିଥିଲେ। ସାହି ମଝିରେ ଥିବା ଏକ ଖୋଲା ପାଣି ବ୍ୟବହାର ନ କରିବାକୁ ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ। କୂଅର ଚର୍ତୁଃପାର୍ଶ୍ୱରେ ୫୦ରୁ ଊର୍ଦ୍ଧ୍ୱ ପାଇଖାନା ଓ ୧୦୦ରୁ ଅଧିକ ଆବର୍ଜନା ପାଣି ହାଣ୍ଡି ରହିଛି। ଏଥିସହିତ ଅଧିକାଂଶ ଲୋକେ ପାଇଖାନା ଥାଇ ମଧ୍ୟ ଖୋଲାରେ ଶୌଚ ହେଉଛନ୍ତି। ସେହିପରି ସାହିବାସୀ ପାଣି ସଂଗ୍ରହ ପାଇଁ ବ୍ୟବହୃତ କରୁଥିବା ପାତ୍ର ପରିଷ୍କାର ପରିଚ୍ଛନ୍ନ ରଖୁ ନ ଥିବା ଟିମ୍‌ ଜାଣିବାକୁ ପାଇଥିଲା। ସମସ୍ତ ସାହିବାସୀଙ୍କୁ ଏହି ପ୍ରତିନିଧି ଦଳ ସଚେତନ କରାଇବା ସହିତ ଶୌଚ ପରେ ଓ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇବା, ପାଣିରେ ହାଲୋଜେନ ବଟିକା ପକାଇ ବ୍ୟବହାର କରିବା, ତାଜା ଖାଦ୍ୟ ଖାଇବା, କୂଅ ଠାରୁ ବହୁ ଦୂରରେ ଗାଧୋଇବା ଆଦି ବିଷୟରେ ସଚେତନ କରିଥିଲେ। ଏଥିସହିତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଆରଡବ୍ଲ୍ୟୁଏସଏସର ଏକଜ୍ୟୁକୁଟିଭ ଇଞ୍ଜିନିୟରଙ୍କୁ ନଳକୂପର ତୁରନ୍ତ ମରାମତି କରିବା ପାଇଁ ଫୋନ ଯୋଗେ ଜଣାଇଥିଲେ। ଗୁରୁବାର ନଳକୂପ ମରାମତି କରାଯିବ ବୋଲି ଉକ୍ତ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ସେହିପରି ସା ୭ଟାରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଉକ୍ତ ସାହିକୁ ଆସି ସାହିବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିରେ ଡା. ବୀରେନ କୁମାର ସାହୁ, ଫାର୍ମାସିଷ୍ଟ ଛବିନ୍ଦ୍ର କୁମାର ସାମଲ, ସତ୍ୟଜିତ୍‌ ଦେହୁରି, ବରିଷ୍ଠ ସ୍ବାସ୍ଥ୍ୟ ସହାୟକ ଅଶୋକ କୁମାର ତ୍ରିପାଠୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ…

୧୫ ଫୁଟ୍‌ ପୋଲ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର, ହେଲ୍‌ପର

ଲାଞ୍ଜିଗଡ଼,୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶନାଥପୁର ଥାନା ଅନ୍ତର୍ଗତ ଢେପଗୁଡ଼ା ପୋଲରେ ପୁଣି ଏକ କୋଇଲା ବୋଝେଇ ଟ୍ରକ୍‌ ପୋଲ ତଳକୁ ଖସିପଡ଼ିଛି।…

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ବାଟରେ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖି ଏମିତି କାମ କଲେ ସାମାଜିକ କର୍ମୀ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାରଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ…

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri