Categories: ଜାତୀୟ

ପୈତୃକ ଗାଁରେ ପହଞ୍ଚିଲେ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୩୦।୧୨: ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭର୍ଡାକର ରବିବାର ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲା ସ୍ଥିତ ନିଜ ପୈତୃକ ଗାଁରେ ପହଞ୍ଚିଛନ୍ତି। ନିଜ ପରିବାରଙ୍କ ସହ ଲିଓ ଭାରତ ଗସ୍ତରେ ଆସିଛନ୍ତି। ଲିଓ ଓ ତାଙ୍କ ପରିବାରବର୍ଗଙ୍କୁ ଗାଁଲୋକେ ବହୁ ଆଡମ୍ବରରେ ସ୍ବାଗତ କରିଥିଲେ। ଏହି ଅବସରରେ ଲିଓଙ୍କ ପରିବାରର ୩ ପିଢ଼ି ଏକତ୍ରିତ ହୋଇଥିବା ବେଳେ ସେ ଗ୍ରାମଦେବତୀଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି।

ଏହି ମୁହୂର୍ତ୍ତକୁ ଏକ ସ୍ବତନ୍ତ୍ର ଅନୁଭୂତି ବୋଲି କହିଛନ୍ତି ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ। ସୂଚନାଯୋଗ୍ୟ, ଲିଓଙ୍କ ପୈତୃକ ଗାଁ ବରଦ ମୁମ୍ବାଇରୁ ୫୦୦ କିଲୋମିଟର ସ୍ଥିତ ମଲବାନରେ ଅବସ୍ଥିତ। ସୂଚନା ମୁତାବକ ଲିଓଙ୍କ ପିତା ଅଶୋକ ଭର୍ଡାକର ଜଣେ ଡାକ୍ତର ଥିଲେ। ଅଶୋକ ବରଦ ଗାଁ ସହ ଜଡ଼ିତ ଥିବା ବେଳେ ୧୯୬୦ରେ ସେ ୟୁକେରେ ନିଜର ବସତି ସ୍ଥାପନ କରିଥିଲେ। ୨୦୧୭ ଜୁନରେ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ହେବା ପରେ ଲିଓଙ୍କର ନିଜ ପୈତୃକ ଗାଁକୁ ଏହା ପ୍ରଥମ ଗସ୍ତ।

Share