Posted inଜାତୀୟ

ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୦ା୬(ଆଇଏଏନ୍‌ଏସ୍‌): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍‌ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିବା ଖବର ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଚାର୍ଜଶିଟ୍‌ରେ ମୃତ ପେହଲୁଙ୍କ ନାଁ ଥିବା କୁହାଯାଉଥିବାବେଳେ ଏହାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଖଣ୍ଡନ କରିଛନ୍ତି।
୨୦୧୭ ଏପ୍ରିଲରେ ଗାଡ଼ିରେ ଗୋରୁ ବୋଝେଇ କରି ନେଉଥିବା ପେହଲୁ ଖାନ୍‌ଙ୍କୁ ଅଲଓ୍ବରଠାରେ ତଥାକଥିତ ଗୋରକ୍ଷକମାନେ ପିଟିପିଟି ମାରିଦେଇଥିଲେ। ପେହଲୁଙ୍କ ନାଁରେ ରାଜସ୍ଥାନ ପଶୁହତ୍ୟା ନିରାକରଣ ଓ ଚାଲାଣ ନିୟନ୍ତ୍ରଣ ଆଇନର ଧାରା ୬ରେ ଚାର୍ଜଶିଟ୍‌ ହୋଇଥିବାବେଳେ ତାଙ୍କ ପୁଅ ଇର୍ସାଦ ଓ ଅରିଫଙ୍କ ବିରୋଧରେ ଧାରା ୫, ୮ ଓ ୯ରେ ପୋଲିସ ଚାର୍ଜଶିଟ୍‌ ଦାଏର ହୋଇଥିବା ଖବର ପ୍ରକାଶ ପାଇଥିଲା। ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ ହେବାର ୧୩ ଦିନ ପରେ ଗତବର୍ଷ ଡିସେମ୍ବର ୩୦ରେ ଏହି ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିଲା। ଭାଜପା ସରକାର ସମୟରେ ହୋଇଥିବା ତଦନ୍ତ ଆଧାରରେ ଉକ୍ତ ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିବାରୁ ତଦନ୍ତରେ ତ୍ରୁଟି ଥିଲେ ତାହାର ପୁନଃତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ପୂର୍ବରୁ କହିଥିଲେ। ରାଜସ୍ଥାନ ପୋଲିସ ଗତ ଡିସେମ୍ବର ମାସରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ପେହଲୁ ଖାନ୍‌ଙ୍କ ନାଁ ନ ଥିବା ପରେ ସେ କହିଛନ୍ତି। ଦେଶର ଯେକୌଣସି ସ୍ଥାନରେ ହେଉଥିବା ଭିଡ଼ ହିଂସାକୁ କଂଗ୍ରେସ ଦୃଢ଼ ବିରୋଧ କରେ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ ସେଥିପାଇଁ ତାଙ୍କ ସରକାର ଯଥେଷ୍ଟ ସତର୍କ ରହିଥିବା ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି।
୨୦୧୭ ଏପ୍ରିଲ ୧ରେ ପେହଲୁ ଓ ତାଙ୍କ ଦୁଇପୁଅ ଜୟପୁର ମେଳାରୁ ଏକ ଗାଡିରେ ଗୋରୁ ଆଣି ଘରକୁ ଫେରୁଥିବାବେଳେ ଅଲଓ୍ବର ନିକଟସ୍ଥ ଜୟପୁର-ଦିଲ୍ଲୀ ରାଜପଥରେ ନିଜକୁ ଗୋରକ୍ଷକ କହୁଥିବା କେତେଜଣ ସ୍ଥାନୀୟ ଲୋକ ତାଙ୍କୁ ଚୋରାବେପାରୀ କହି ମାଡ଼ ମାରିଥିଲେ। ଗୁରୁତର ପେହଲୁଙ୍କର ଏପ୍ରିଲ ୩ରେ ମୃତ୍ୟୁ ହୋଇଥିଲା। ତେବେ ଶନିବାର ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ରାଜସ୍ଥାନ ପୋଲିସ ପେହଲୁଙ୍କୁ ଜଣେ ଗୋରୁ ଚୋରାବେପାରୀ ବୋଲି ଅଭିଯୋଗ କରିଥିବା ଖବର ସାମନାକୁ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ପେହଲୁଙ୍କୁ ପିଟି ହତ୍ୟା କରିଥିବା ୮ ଅଭିଯୁକ୍ତ ଜାମିନରେ ଆସି ବାହାରେ ବୁଲୁଥିବାବେଳେ ପୋଲିସ ମୃତ ପେହଲୁଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିବାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ଭାଜପାର ପ୍ରତିରୂପ, ଏହା ମୁସଲମାନମାନେ ହୃଦୟଙ୍ଗମ କରିବା ଉଚିତ ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri