ପେମେଣ୍ଟ ଲାଗି ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କୁ ୩ମାସ ସମୟ

ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀଗୁଡିକୁ ବକେୟା ଦେୟ ପ୍ରଦାନ ଲାଗି ବିତରଣ କମ୍ପାନୀଙ୍କୁ ୩ ମାସ ଅଧିକ ସମୟ ଦିଆଯାଇଛି। ଲକ୍‌ଡାଉନ ସମୟରେ ବିତରଣ କମ୍ପାନୀଗୁଡିକ ଚବିଶ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରିବା ଲାଗି ଏଭଳି ପଦକ୍ଷେପ ସମ୍ପର୍କରେ ସରକାର ଶନିବାର ଘୋଷଣା କରିଛନ୍ତି। ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀଙ୍କଠାରୁ ବିଦ୍ୟୁତ୍‌ ନେବାକୁ ହେଲେ ଲେଟର ଅଫ କ୍ରେଡିଟ ଜାରି କରିବା ଲାଗି ସରକାର ଗତ ବର୍ଷ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ। ଦିନିକିଆ ଅଗ୍ରୀମ ପେମେଣ୍ଟ ଦ୍ୱାରା ସୁବିଧା ନେବାକୁ ମଧ୍ୟ ବିତରଣ କମ୍ପାନୀଗୁଡିକୁ ବିକଳ୍ପ ପ୍ରଦାନ କରାଯାଇଥିଲା। ଏବେ ବିତରଣ କମ୍ପାନୀଗୁଡିକ ବୃହତ୍ତ ପରିମାଣର ବକେୟା ରଖିଛନ୍ତି। ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ବିଦ୍ୟୁତ ମନ୍ତ୍ରଣାଳୟ ପକ୍ଷରୁ ପେମେଣ୍ଟ ସିକ୍ୟୁରିଟିକୁ ମଧ୍ୟ ୫୦%କୁ ହ୍ରାସ କରାଯାଇଛି। ବିଳମ୍ବ ଦେୟ ପ୍ରଦାନ କ୍ଷେତ୍ର୍ରରେ କୌଣସି ଜରିମାନା ଲାଗୁ ନ କରିବା ଏବଂ କମ୍ପାନୀଗୁଡିକୁ ୩ ମାସର ମୋରାଟୋରିୟମ୍‌ ଦେବାକୁ ବିଦ୍ୟୁତ ନିୟାମକ ସିଇଆର୍‌ସିକୁ କୁହାଯାଇଛି। ଏହାବାଦ ରାଜ୍ୟଗୁଡିକ ସମାନ ପରାମର୍ଶ ରାଜ୍ୟ ବିଦ୍ୟୁତ ନିୟାମକ କମିଶନକୁ ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ବିଦ୍ୟୁତ୍‌ ଯୋଗାଣ ଯେଭଳି ନିରନ୍ତର ଭିତ୍ତିରେ ହେବ ତାକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଶକ୍ତିମନ୍ତ୍ରୀ ଆର୍‌.କେ.ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri