Categories: ଫୁରସତ

ପେଣ୍ଟିଂ ପରି ମାଛ, ଦେଖିଲେ ଭ୍ରମରେ ପଡ଼ିଯିବେ

ଅନେକ ପ୍ରକାର ମାଛ ଦେଖିଥିବେ। ହେଲେ ଏହି ମାଛକୁ ଦେଖିଲେ ଭ୍ରମରେ ପଡ଼ିଯିବେ, ଏହା ପ୍ରକୃତରେ ଏକ ମାଛ ନା ଏକ ପେଣ୍ଟିଂ। କାରଣ ଏହା ରଙ୍ଗତୂଳୀରେ ଅଙ୍କାଯାଇଥିବା ଏକ ରଙ୍ଗିନ ମାଛ ପରି ଦେଖାଯାଏ। ଉକ୍ତ ମାଛର ବଡ଼ ବଡ଼ ଆଖି ସାଙ୍ଗକୁ ନୀଳରଙ୍ଗର ବିଭିନ୍ନ ଆକାର ଓ ଆକୃତିର କାତି ଅଛି। ପ୍ରଥମ ନଜରରେ ଏହା ଏକ ପେଣ୍ଟିଂ ପରି ଲାଗେ। ଆଉ ତାକୁ କେହି କେହି ପିକାସୋ ଫିଶ୍‌ ବୋଲି କହନ୍ତି। ପ୍ରଥମେ ଏହି ମାଛର ଫଟୋକୁ ଟୁଇଟର୍‌ରେ ସକୁୟା ନାମକ ଏକ ଛାତ୍ର ଅପ୍‌ଲୋଡ୍‌ କରିଥିଲେ। ପରେ ଜାପାନର ଫୁଜି ଟେଲିଭିଜନ୍‌ ଏହାକୁ ଦେଖାଇଥିଲା। ଏହା ଏକ ଗଭୀର ଜଳ ମାଛ ଅଟେ। ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର, ଜାପାନ ଓ ଫିଲିପାଇନ୍ସରେ ଉକ୍ତ ମାଛ ଦେଖିବାକୁ ମିଳେ। ଏହାକୁ ମଧ୍ୟ ମାତ୍‌ସୁବରାଇ କ୍ୟାଣ୍ଡଲ ଫିଶ୍‌ କୁହାଯାଏ। ଏହା ବିଷାକ୍ତ ନୁହେଁ ଏବଂ ଖାଇବାଯୋଗ୍ୟ।

Share