Categories: ଫୁରସତ

ପେଣ୍ଟିଂର ମୂଲ୍ୟ ୧୭୭ କୋଟି

୨୦୦୦ ମସିହାରେ ଜାପାନୀ ପେଣ୍ଟର ୟୋଶିତୋମା ନାରା କରିଥିଲେ ଏକ ପେଣ୍ଟିଂ। ସେତେବେଳେ ତା’ର ମୂଲ୍ୟ କିଛି ନ ଥିଲା। ତେବେ ନିକଟରେ ଏହାକୁ ନିଲାମ କରାଯାଇଛି। ଆଉ ତାହା ବିକ୍ରି ହୋଇଛି ୧୭୭ କୋଟି ଟଙ୍କାରେ। ପେଣ୍ଟିଂରେ ଏକ କାର୍ଟୁନ ଝିଅ ଅଛି, ଯାହାର ଟାଇଟଲ ଦିଆଯାଇଛି ‘ନାଇଫ୍‌ ବିହାଇଣ୍ଡ ବ୍ୟାକ୍‌’। ଏହାକୁ କିଣିବା ପାଇଁ ୬ ଜଣ ନିଲାମୀ ଡାକିଥିଲେ। ପେଣ୍ଟିଂଟି ମାତ୍ର ୧୦ ମିନିଟରେ ବିକ୍ରି ହୋଇଯାଇଥିଲା। ୧୯ ବର୍ଷ ପରେ ତାହା ଏତେ ମୂଲ୍ୟରେ ବିକ୍ରି ହେଲା ଯେ, ୟୋଶିତୋମା ଚକିତ ହୋଇଯାଇଥିଲେ। ପେଣ୍ଟିଂ ବିକ୍ରି ପାଇଁ ଯେତିକି ମୂଲ୍ୟ ଧାର୍ଯ୍ୟ ହୋଇଥିଲା ତା’ର ୫ ଗୁଣ ଅଧିକ ମୂଲ୍ୟରେ ତାହା ବିକ୍ରି ହେଲା। ଏହା ପୂର୍ବରୁ ୧୯୯୯ରେ ତାଙ୍କର ଆଉ ଏକ ପେଣ୍ଟିଂ ୩୧ କୋଟିରେ ବିକ୍ରି ହୋଇଥିଲା। ତା’ର ଟାଇଟଲ ଥିଲା ‘ସ୍ଲିପ୍‌ଲେସ୍‌ ନାଇଟ୍‌’। ତାଙ୍କର ‘ନାଇଫ୍‌ ବିହାଇଣ୍ଡ ବ୍ୟାକ୍‌’ ପେଣ୍ଟିଂଟିକୁ ଏବେକାର ସବୁଠାରୁ ଦାମୀ ପେଣ୍ଟିଂ ବୋଲି କୁହାଯାଉଛି।

Share