ପେଟ ସମସ୍ୟା ଥିଲେ ସକାଳୁ ଖାଆନ୍ତୁ ଭିଜା ଚଣା

ପ୍ରତିଦିନ ସକାଳେ ଭିଜା ଚଣା ଖାଇଲେ ଅନେକ ରୋଗ ଦୂର ହୋଇଥାଏ। ଚଣାରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର, ଫସଫରସ, ଆଇରନ ଏବଂ ମିନେରାଲ୍ସ ଥାଏ। ପେଟ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ରାମବାଣ ସଦୃଶ ହୋଇଥାଏ। ପ୍ରତ୍ୟେକ ଦିନ ସକାଳୁ ଭିଜା ଯାଇଥିବା ଚଣା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ଏଥିସହିତ ଏହା ହଜମ ଶକ୍ତି ବୃଦ୍ଧି କରେ। ପ୍ରତ୍ୟେକ ଦିନ ଚଣା ଖାଇବା ଦ୍ବାରା ରକ୍ତହୀନତାରୁ ମୁକ୍ତି ମିଳେ। ଚଣାରେ କୋଲେଷ୍ଟ୍ରଲସ୍ତର ବହୁତ କମ ଥାଏ। ଫଳରେ ଏହା ହୃଦୟରୋଗରୁ ରକ୍ଷା କରିଥାଏ। ଭିଜା ଚଣା ଖାଇବା ଦ୍ବାରା କିଡନୀ ସମସ୍ୟା ମଧ୍ୟ ଦେଖାଯାଇ ନ ଥାଏ।